ସବୁ ଗ୍ରୀନ୍ ଜୋନ୍‌ରେ ଚାଲିବ OSRTC ବସ୍, ଯାତ୍ରୀଙ୍କୁ ଦେବାକୁ ପଡିବ ଦୁଇ ଗୁଣା ଭଡା

 ଭୁବନେଶ୍ବର:-ଗ୍ରୀନ୍ ଜୋନ୍‌ରେ ଗଡିବ ବସ୍ । ଯାତ୍ରୀଙ୍କୁ ଦେବାକୁ ପଡିବ ଦୁଇ ଗୁଣା ଭଡା । ଘରୋଇ ବସ୍ ନୁହେଁ ବରଂ ଓଏସଆରଟିସି ବସ୍ ଚାଲିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ରାଜ୍ୟର ସବୁ ଗ୍ରୀନ୍‌ ଜୋନ୍‌ରେ ଓଏସଆରଟିସି ବସ୍ ଚାଲିବ‌ । ଘରୋଇ ବସ୍‌ ମାଲିକ ସଂଘ ରାଜି ନହେବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା ଓଏସ୍ଆର୍‌ଟିସି ବସ୍ ସମସ୍ତ ଗ୍ରୀନ୍ ଜୋନ୍‌ରେ ଚାଲିବା ସହ ଯାତ୍ରୀଙ୍କୁ ସେବା ଯୋଗାଇବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଏଥିପାଇଁ ଯାତ୍ରୀଙ୍କୁ ଦୁଇ ଗୁଣ ଭଡା ଦେବାକୁ ପଡିବ ।

ତେବେ ଗ୍ରୀନ୍ ଜୋନ୍‌ରେ ଘରୋଇ ବସ୍ ଚଳାଇବାକୁ ଘରୋଇ ବସ୍ ମାଲିକ ସଂଘକୁ ଅନୁରୋଧ କରାଯାଇଥିଲା । ମାତ୍ର ବସ୍ ଚଳାଇବାକୁ ବସ୍ ମାଲିକ ସଂଘ ରାଜି ନହେବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *