ଜୁଲାଇ ୨୮କୁ ଅପେକ୍ଷା, କିଏ କରିଥିଲା ଅକ୍ଷମଣୀୟ ଭୁଲ

ଭୁବନେଶ୍ୱର:-ସାରା ଦେଶକୁ ଦୋହଲାଇ ଦେଇଥିବା ଶରଧାବାଲି ଅଘଟଣର ଦୋଷୀ କିଏ? କାହା ଅବହେଳା ପାଇଁ ତିନିଟି ଜୀବନ ଦୀପ ଲିଭିଗଲା? ମନ୍ତ୍ରୀ, ଅଧିକାରୀ କିଏ ନିଜ ଦାୟିତ୍ୱରେ ହେଳା କରିଥିଲେ। ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ଜୁଲାଇ ୨୮ କୁ ଅପେକ୍ଷା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଉନ୍ନୟନ କମିଶନର ଅନୁ ଗର୍ଗ ଘଟଣା ପରଦିନ ପୁରୀରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳ ବୁଲିଛନ୍ତି, ଅଧିକାରୀ ଓ ଅନ୍ୟ ମାନଙ୍କ ସହ ଆଲୋଚନା କରିଛନ୍ତି। ୩୦ ଦିନ ଭିତରେ ତଦନ୍ତ ଶେଷ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହା ମଧ୍ୟ କହିଛନ୍ତି, ଯିଏ ବି ଦୋଷୀ ଥିବ, କାହାକୁ ଚଦ ଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। ତେଣୁ ସମସ୍ତଙ୍କ ନଜର ତଦନ୍ତ କଣ୍ଟ ପୁରିବାକୁ। ଅନ୍ତତପକ୍ଷେ କିନ୍ତୁ ଯେଉଁ ତିନିଜଣ ଶ୍ରଦ୍ଧାଳୁ ରଥାରୂଢ଼ ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ଆସି ରଥ ଆଗରେ ପ୍ରାଣ ହରାଇଲେ, ସେମାନଙ୍କ ପରିବାର ପାଇଁ ତଦନ୍ତ ରିପୋର୍ଟ ବହୁ ଗୁରୁତ୍ବ ବହନ କରୁଛି। ଯଦିଓ ସରକାର ଦୁଇ ବରିଷ୍ଠ ପ୍ରଶାସକଙ୍କୁ ଜିଲ୍ଲାରୁ ବଦଳି କରିଛନ୍ତି ଓ ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି, ତାହା ନା ମୃତକଙ୍କ ପରିବାର ନା ବିରୋଧୀ ଦଳଙ୍କୁ ସନ୍ତୁଷ୍ଟ କରି ପାରିଛି। ଏପରିସ୍ଥଳେ ମାସେ ପରେ ତଦନ୍ତ ରିପୋର୍ଟ କଣ କହୁଛି ତାହାକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *