ସବୁ ଅଙ୍କ ବିଗାଡି ଦେଲା ଗୁଣ୍ଡିଚା ମନ୍ଦିର ଅଘଟଣ
ଭୁବନେଶ୍ୱର:- ଦୀର୍ଘଦିନର ବିଳମ୍ବ ପରେ ଆରମ୍ଭ ହୋଇଥିଲା ରାଜ୍ୟ ବିଜେପିର ମୁଖିଆ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା। ଆଉ ଦିନ କେଇଟା ପରେ ଘୋଷଣା ହୋଇଥାନ୍ତା ନୂଆ ସଭାପତିଙ୍କ ନାମ ଘୋଷଣା। ହେଲେ ପୁରୀ ଅଘଟଣ ଶାସକ ଦଳର ଅବୁ ଅଙ୍କ ବିଗାଡି ଦେଲା। ରବିବାର ଘଟଣା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଅ ଯାଇଛି। କୁହାଯାଇଛି କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ଓଡ଼ିଶା ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି। ବିଳମ୍ବରେ ଆରମ୍ଭ ହୋଇଥିବା ସଭାପତି ନିର୍ବାଚନ କାର୍ଯ୍ୟ ଏବେ ଆହୁରି ବିଳମ୍ବ ହେବା ଆଶଙ୍କା ଦେଖାଦେଇଛି।
ଗୁଣ୍ଡିଚା ମନ୍ଦିର ଅଘଟଣ କେବଳ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇନାହିଁ, ବରଂ ରାଜ୍ୟ ଓ। କେନ୍ଦ୍ର ବିଜେପି ନେତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ସରକାରଙ୍କ ଅବହେଳା ପାଇଁ ଅଘଟଣ ଘଟିଥିବା ନେଇ ବିରୋଧୀଙ୍କ ଅଭିଯୋଗ ଭିତରେ ସଭାପତି ନିର୍ବାଚନ କରିବା ନକାରାତ୍ମକ ପ୍ରଭାବ ପକାଇବା ଆଶଙ୍କା ରହିଛି। ଏପରିସ୍ଥଳେ ସରକାର କିମ୍ବା ବିଜେପି କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି। ସଭାପତି ନିର୍ବାଚନ ଡେରି ହେଲେ ନିଗମ ବଣ୍ଟା କାମ ବି ଡେରି ହେବ। ସେପଟେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କାମ ବି ଘୁଞ୍ଚିବ।










