ଅଘଟଣ ପରେ ଖୋଜା ପଡିଲେ ସୌମେନ୍ଦ୍ର

ଭୁବନେଶ୍ବର:- ପୁରୀ ରଥଯାତ୍ରାରେ ଦଳାଚକଟା ଅଘଟଣ ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳ ବଦଳ କରିବା ପାଇଁ ସରକାରଙ୍କୁ ବାଧ୍ୟ କରିଛି। ଏକଦା ପ୍ରତି ବର୍ଷ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ପରିଚାଳନାରେ ସର୍ବଦା ଆଗ ଧାଡ଼ିରେ ରହି ଦାୟିତ୍ବ ନିର୍ବାହ କରି ଆସୁଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କ ଉପରେ ଭରସା କରିଛନ୍ତି ମୁଖ୍ୟମନ୍ତ୍ରୀ। ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀ ପ୍ରିୟଦର୍ଶୀଙ୍କୁ ସୁରକ୍ଷା ବ୍ୟବସ୍ଥା ପୂରା ଦାୟିତ୍ବ ପ୍ରଦାନ କରାଯାଇଛି। ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ଲାଗି ସରକାର ତାଙ୍କୁ ନିର୍ଦେଶ ଦେଇଛନ୍ତି।

୧୯୯୫ ବ୍ୟାଚର ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରିୟଦର୍ଶୀ ପୁରୀ ଏସ୍‌ପି ଭାବେ ଦାୟିତ୍ବ ନିର୍ବାହ କରିଥିବା ବେଳେ ଶ୍ରୀକ୍ଷେତ୍ରରେ ଏକ ପରିଚିତ ଚେହେରା। ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ପାଇଁ ପ୍ରତି ବର୍ଷ ରଥଯାତ୍ରା ପ୍ରସ୍ତୁତିରେ ତାଙ୍କୁ ଆଗ ଧାଡ଼ିରେ ରଖାଯାଉଥିଲା। ଏଥର ମଧ୍ୟ ସେ ଟିମ୍‌ରେ ସାମିଲ ଥିଲେ। କିନ୍ତୁ ଆଗ ଭଳି ତାଙ୍କୁ ଗୁରୁ ଦାୟିତ୍ବ ପ୍ରଦାନ କରାଯାଇ ନଥିଲା। ହେଲେ ରବିବାର ଅଟଘଣ ପରେ ତାଙ୍କୁ ରଥଯାତ୍ରା ପୁଲିସ ବ୍ୟବସ୍ଥାର ମୁଖିଆ ଦାୟିତ୍ବ ପ୍ରଦାନ କରାଯାଇଛି। ଶ୍ରୀ ପ୍ରିୟଦର୍ଶୀ ଏବେ ଅତିରିକ୍ତ ପୁଲିସ ମହାନିର୍ଦେଶକ (ଆଧୁନିକୀକରଣ) ଏବଂ ଓଡ଼ିଶା ପୁଲିସ୍ ହାଉସିଂ ଆର୍ଡ ୱେଲଫେୟାର କର୍ପୋରେସନ୍ ସିଏମ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *