କମିବ ଭିଡ଼, ଓଡ଼ିଶାର ଦୁଇ ଟ୍ରେନରେ ଲାଗିଲା ଅତିରିକ୍ତ କୋଚ୍

ଭୁବନେଶ୍ୱର:- ପୂର୍ବ ତଟ ରେଳପଥ ରାଜଧାନୀ ଏବଂ ପୁରୀ-ଗୁଣୁପୁର ଏକ୍ସପ୍ରେସ୍ ଟ୍ରେନ ଦ୍ୱୟରେ ଅତିରିକ୍ତ ଏସି-୩ ଟାୟାର କୋଚ୍ ଅସ୍ଥାୟୀ ସଂଯୋଗ ପାଇଁ ନିଷ୍ପତ୍ତି ନେଇଛି। ଏହା ଫଳରେ ଯାତ୍ରୀ ଭିଡ଼ କିଛିଟା ହ୍ରାସ ପାଇବ। ପୂର୍ବ ତଟ ରେଳପଥ ପକ୍ଷରୁ ଜାରି ସୂଚନା ଅନୁସାରେ ଟ୍ରେନ ନଂ ୨୨୮୨୩/୨୨୮୨୪ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ଜୁଲାଇ ୮ ଏବଂ ୧୧ ତାରିଖରେ ଏବଂ ନୂଆଦିଲ୍ଲୀରୁ ୯ ଏବଂ ୧୨ ତାରିଖରେ ଗୋଟିଏ ଅତିରିକ୍ତ ଏସି-୩ ଟାୟାର କୋଚ୍ ସହିତ ଯାତ୍ରା କରିବ। ସେହିପରି ୧୮୪୧୭/୧୮୪୧୮ ପୁରୀ-ଗୁଣୁପୁର ଏକ୍ସପ୍ରେସ ଚଳିତ ମାସ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ପୁରୀରୁ ଏବଂ ୪ ରୁ ୧୦ ତାରିଖ ଯାଏ ପ୍ରତିଦିନ ଗୁଣୁପୁରରୁ ଗୋଟିଏ ଅତିରିକ୍ତ ଏସି-୩ ଟାୟାର କୋଚ୍ ସଂଯୋଗ ସହିତ ଯାତ୍ରା କରିବ।

Leave a Reply

Your email address will not be published. Required fields are marked *