ନିଜେ ରଥ ଯାତ୍ରା ଡୋରି ସମ୍ଭାଳିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:- ଗତ ବର୍ଷ ରଥ ଯାତ୍ରାରେ ବଡ଼ ଠାକୁର ବଳଭଦ୍ର ପଡିଗଲେ, ଏ ବର୍ଷ ନନ୍ଦିଘୋଷ ରଥ ଗଡିଲା ନାହିଁ ଆଉ ଶରଧାବାଲିରେ ଦଳା ଚକଟା ଭଳି ଅଭାବନୀୟ ଘଟଣା ପାଇଁ ସରକାର ଅପବାଦ ମୁଣ୍ଡାଇଲେ। ଆଗକୁ ବାହୁଡା଼ ଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅଛି। ଅଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଶିଷ୍ଟ ଦାୟୀତ୍ୱ ନିଜ ହାତକୁ ନେଇଛନ୍ତି। ରଥ ଯାତ୍ରା ପାଇଁ ଗଠିତ ମନ୍ତ୍ରୀ ସ୍ତରୀୟ କମିଟି ଉପରେ ବି ମୁଖ୍ୟମନ୍ତ୍ରୀ ଆଉ ଭରସା କରିପାରୁ ନାହାନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚି ସମୀକ୍ଷା କରିଛନ୍ତି। ଯାହାର ଯାହା ଦାୟୀତ୍ୱ ତାହା ଠିକ୍ ଭବେ ସମ୍ପାଦନ କରିବା ପାଇଁ ସମସ୍ତଙ୍କୁ କଡ଼ା ତାଗିଦ୍ କରିଛନ୍ତି। ଅବହେଳା କଲେ କାହାକୁ ଚଡ ଯିବା ନାହିଁ ବୋଲି ଚେତାବନୀ ଦେଇଛନ୍ତି। ବୈଠକରେ ଉପସ୍ଥିତ ମନ୍ତ୍ରୀ, ଅଫିସର ଓ ସେବାୟତଙ୍କୁ ଠିକ୍ ଭବେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରଥ ଯାତ୍ରା ଶେଷ ହେବ ଯାଏ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବେ, ପୁରୀ ଗସ୍ତ କରିବେ।










