ଝାରପଡା ଜେଲରେ ଡ୍ରଗ୍ସ ଖାଇ ୭ କଏଦୀ ଅସୁସ୍ଥ, କିଏ ଦେଲା ମାରାତ୍ମକ ନିଶା
ଭୁବନେଶ୍ୱର,୨୪/୬(ବ୍ୟୁରୋ): କଏଦୀଙ୍କୁ ନିଶା ଦ୍ରବ୍ୟ ଖାଇବାକୁ ଦେବାକୁ. ନେଇ ପୁଣି ବିବାଦକୁ ଆସିଛି ଝାରପଡା ଜେଲ କର୍ତୃପକ୍ଷ l ଜେଲରେ ଥିବା ୫ ଜଣ କଏଦୀଙ୍କୁ ଅତି ମାରାମତ୍କ ଡ୍ରଗ୍ସ ଖାଇବାକୁ ଦିଆଯାଇଥିବାରୁ ସେମାନେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ମଙ୍ଗଳବାର ରାତିରେ ସେମାନେ ଜେଲ ଭିତରେ ବାନ୍ତି କରିବା ସହ ଅଚେତ ହୋଇ ପଡ଼ି ଯାଇଥିଲେ। ସେମାନଙ୍କୁ ଓ୍ବାର୍ଡରମାନେ ଉଦ୍ଧାର କରି ପ୍ରଥମେ ଜେଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ଜଣଙ୍କ ଅବସ୍ଥା ଅତି ଶଙ୍କଟ୍ଟପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଥିରୁ ୨ଜଣଙ୍କ ପୁଣି ଏମ୍ସ ପଠାଇ ଯାଇଥିବା ଜଣାପଡ଼ିଛି। ୩ଜଣ କଏଦୀଙ୍କ ମଧ୍ୟରୁ ଜଣେ ସଜା ପାଇଥିବା କଏଦୀ ଥିବା ବେଳେ ଜଣେ ହତ୍ୟା ଏବଂ ଅନ୍ୟ ଜଣେ ପୋକ୍ସୋ ମାମଲାରେ ବିଚାରଧିନ କଏଦୀ ଭାବେ ଝାରପଡ଼ା ଜେଲରେ ରହିଥିଲେ। ଖବର ପାଇ ଡିସିପି ଜଗମୋହନ ମୀନା ଏବଂ ପୋଲିସ ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେଃ କଏଦୀଙ୍କ ଅବସ୍ଥା ବିଗୁଡୁଥିବାରୁ କିଛି ଅପରିତ୍ତିକ ପରିସ୍ଥିିତି ସୁଷ୍ଟି ନହୁଏ ସେଥିଲାଗି ହସ୍ପିଟାଲ ପରିସରରେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।










