ହାଇଟେକ୍‌ ବିସ୍ଫୋରଣ ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ କଲା ଛାତ୍ର କଂଗ୍ରେସ

ହାଇଟେକ୍‌ ବିସ୍ଫୋରଣ ଘଟଣାକୁ ନେଇ ଆଜି ରାଜରାସ୍ତାରେ ଗର୍ଜିଲା ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସର କର୍ମୀମାନେ ଏକ ବିଶାଳ ରାଲିରେ ଆସି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଛନ୍ତି । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ଆନ୍ଦୋଳନ କରିବା ସହ ନାରାବାଜି କରିଛନ୍ତି। ଏହି ସମୟରେ ଛାତ୍ର କଂଗ୍ରେସର କର୍ମୀ ମାନଙ୍କୁ ପୁଲିସ ଅଟକାଇଥିଲା । କିଛି ସମୟ ପାଇଁ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାସହ ଛାତ୍ର କଂଗ୍ରେସ କର୍ମୀମାନେ ହାଇଟେକର ମାଲିକ ତିରୁପତି ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ତାହ କରିଥିଲେ । ତୁରନ୍ତ ଗିରଫ ସହ ହସପିଟାଲର ଲାଇସେନ୍ସକୁ ରଦ୍ଦ କରାଯାଉ ଏବଂ ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କା ଦିଆଯାଉ ବୋଲି ଛାତ୍ର କଂଗ୍ରେସ ଦାବି କରିଛି । ଯଦି ଏସବୁ ଦାବି ପୂରଣ ନ ହୁଏ ତାହାହେଲେ ଆନ୍ଦୋଳନ ତୀବ୍ରତର ହେବା ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।

Leave a Reply

Your email address will not be published. Required fields are marked *