ସରକାରୀ ଡ଼ାକ୍ତରଖାନାରେ ନକଲି ଔଷଧ!

ଭୁବନେଶ୍ବର,୨୭।୪: ସରକାରୀ ଡ଼ାକ୍ତରଖାନାରେ ମିଳୁଥିବା ଔଧରେ ବଡ଼ ରୋଗ ଭଲ ହେବା ଦୂରର କଥା ସାମାନ୍ୟ ଜ୍ବର ବି କମୁନାହିଁ। ସରକାରୀ ଔଧରେ ପାୱାର ବହୁତ କମ୍ ରହୁଛି। ଦୋକାନରୁ ଚଢ଼ା ଦରରେ ଔଷଧ କିଣି କଣି ରୋଗୀ ତଳିତଳାନ୍ତ ହେଉଛି। ଏହା ହେଉଛି ସରକାର ମାଗଣରେ ଯୋଗାଇ ଦେଉଥିବା ଔଷଧର ଅବସ୍ଥା। ବିଧାନସଭା ଷ୍ଟାଣ୍ଡିଂ କମିଟି ଏପରି ଗୁରୁ‌ତର ତଥ୍ୟ ସାମ୍ନାକୁ ଆଣିବା ସହିତ ରୋଗ ଭଲ କରିପାରୁ ଥିବା ଔଷଧ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପରାମର୍ଶ ଦେଇଛନ୍ତି। ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ ପାଇଁ ସରକାର ବର୍ଷକୁ ହଜାରେ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ନିଦାନ ଯୋଜନା ରୋଗୀଙ୍କ ବିଶ୍ବାସଭାଜନ ହୋଇ ନ ପାରିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ ପାଇଛି। କମିଟି ରିପୋର୍ଟରେ କୁହାଯାଇଛି ଯେ ରୋଗୀଙ୍କୁ ଔଷଧ ଦେବା ପୂର୍ବରୁ ମାନ୍ୟତା ପ୍ରାପ୍ତ ସରକାରୀ ପରୀକ୍ଷାଗାରରେ ଔଷଧର ମାନ ପରୀକ୍ଷା କରାଯାଉଛି। ଭଲ ଔଷଧ ଦେଉନଥିବା କମ୍ପାନୀକୁ ସରକାର ବ୍ଲାକ୍ଲିଷ୍ଟ କରାଯାଉଛି। କିନ୍ତୁ ଏହା ସତ୍ତ୍ବେ ରୋଗୀଙ୍କୁ ଭଲ ଔଷଧ ମିଳିପାରୁ ନାହିଁ।

Leave a Reply

Your email address will not be published. Required fields are marked *