୨୬ ଜଣ ଆଇପିଏସ ସ୍ତରରେ ଅଦଳବଦଳ, ଭୁବନେଶ୍ୱର ଡିସିପି ହେଲେ ମୀନା
–ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଜିଆ
ଭୁବନେଶ୍ବର,(ମୁଖ୍ୟ ):-26 ଜଣ ଆଇପିଏସ ସ୍ଥରରେ ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି। କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ବଦଳି କରାଯାଇଛି। ଭୁବନେଶ୍ବର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସ୍ଟିଏଫ ଡିଜିଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ଏସ୍ପି ବଲାଙ୍ଗୀର ଥିବା ଖିଲାରୀ ରିଷିକେଶ ଦ୍ୟାନଦେଓ କଟକ ଡିସିପି ଭାବେ ଯୋଗଦେବେ। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କଟକ ଛାପାଖାନା ଓ ମୁଦ୍ରଣ ନିର୍ଦ୍ଦଶେକ ଥିବା ଏସ୍ଏମ୍ ନରଭାଣେଙ୍କୁ ଓଏଚ୍ଆରସି ସ୍ପେଶାଲ ଡିଜି ଭାବେ ନିଯୁକ୍ତି ମିଳିଥିବା ବେଳେ ଓଏସ୍ଆରଟିସି ସିଏମ୍ଡି ଭାବେ କାର୍ଯ୍ୟରତ ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ନରଭାଣେଙ୍କ ସ୍ଥାନରେ ନିଯୁକ୍ତି କରାଯାଇଛି। ଅବକାରୀ କମିଶନର ଥିବା ନରସିଂହ ଭୋଳଙ୍କୁ ଟ୍ବିନ୍ ସିଟିର ଅତିରିକ୍ତ ପୁଲିସ କମିଶନର ଭାବେ ନିଯୁକ୍ତ ମିଳିଛି। ଗୃହରକ୍ଷୀ ଓ ଅଗ୍ନିଶମ ଆଇଜି ଦୀପକ କୁମାରଙ୍କୁ ଆଇଜି ଅପରେସନ୍ ଭାବେ ନିଯୁକ୍ତି ମିଳିଛି। ସେହିପରି ଆଇଜି ଅପରେସନ୍ ଭାବେ କାର୍ଯ୍ୟରତ ଜୟ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ଆଇଜି , ଦକ୍ଷିଣ ରେଞ୍ଜ ଆଇଜି ସାର୍ଥକ ଷଢଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚ ଆଇଜି, ଅତିରିକ୍ତ ପୁଲିସ କମିଶନର ଉମାଶଙ୍କର ଦାଶଙ୍କୁ ଗୃହରକ୍ଷୀ ଏବଂ ଅଗ୍ନିଶମ ଆଇଜି, ଡିଆଇଜି ଅପରେସନ୍ ଅଖିଳେଶ୍ବର ସିଂ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି, କେନ୍ଦ୍ରୀୟରେଞ୍ଜ ଆଇଜି ଚରଣ ସିଂ ମୀନା ଡିଆଇଜି ପ୍ରୋଭିଜନିଙ୍ଗ୍ ଭାବେ ନିଯୁକ୍ତି କରାଯାଇଛି। ପୁଲିସ ମୁଖ୍ୟାଳୟ ଡିଆଇଜି ଯୁଗଳ କିଶୋର କୁମାର ବାନୋଥ ଡିଆଇଜି ପର୍ସୋନେଲ, ପୁଲିସ ମୁଖ୍ୟାଳୟ ଡିଆଇଜି ବାତୁଲା ଗଙ୍ଗାଧର କ୍ରାଇମ୍ବ୍ରାଞ୍ଚ ଡିଆଇଜି, ପୁଲିସ ମୁଖ୍ୟାଳୟ ଅତିରିକ୍ତ ଆଇଜି ବିବେକାନନ୍ଦ ଶର୍ମ।ଙ୍କୁ ଏସ୍ପି ରେଲୱେ(କଟକ), ଏଡିଜି ପ୍ରୋଭିଜନିଙ୍ଗ୍ ଜତିନ୍ଦ୍ର କୋଏଲଙ୍କୁ ଏଚ୍ଆରପିସି, ଆଇଜି ପ୍ରସ୍ନେଲ ଏସ୍ ପ୍ରବୀନ କୁମାର ସେଣ୍ଟ୍ରାଲରେଞ୍ଜ, କଟକ ଆଇଜି ଭାବେ ନିଯୁକ୍ତି ମିଳିଛି। କଳାହାଣ୍ଡି ଏସ୍ପି ଥିବା ଅଭିଳାଶ ଜି ଏସ୍ପି ବଲାଙ୍ଗୀର, ବୌଦ୍ଧ ଏସ୍ପି ନାଗରାଜ ଦେବରକୋଣ୍ଡା କଳାହାଣ୍ଡି ଏସ୍ପି, ରେଳବାଇ ଏସ୍ପି ରାହୁଲ ଗୋଏଲ ବୌଦ୍ଧ ଏସ୍ପି, ଜୟପୁର ଏସ୍ଡିପିଓ ଅଙ୍କିତ କୁମାର ବର୍ମ। ଭୁବନେଶ୍ବର ଅତିରିକ୍ତ ଡିସିପି ନିଯୁକ୍ତ କରାଯାଇଛି। ଅପରପକ୍ଷେ କାଶ୍ୟପ ପାର୍ଥ ଜଗଦୀଶ ଜୟପୁର ଏସ୍ଡିପିଓ ନିଯୁକ୍ତି ପାଇଥିବା ବେଳେ ନୁଆପଡ଼ା ଏସ୍ଡିପିଓ ଅମରିତ୍ ପାଲ ସିଂ ଖୋର୍ଦ୍ଧ। ଅତିରିକ୍ତ ଏସ୍ପି, ପଦ୍ମପୁର ଏସଡିପିଓ ଅମ୍ରିତ୍ ପାଲ କୌର ଭୁବନେଶ୍ବେରର ଅତିରିକ୍ତ ଡିସିପି ଏବଂ ବଣାଇ ଏସ୍ଡିପିଓ ସୋନାଲି ସିଂ ପରମାରଙ୍କୁ ଭୁବନେଶ୍ବର ଏସିପି ଭାବେ ନିଯୁକ୍ତ ମିଳିଛି।