ଜୟପାଟଣା ଫରେଷ୍ଟ ରେଞ୍ଜରେ ପଶିଲା ଇଡି, ଚଢ଼ାଉରେ ମିଳିଲା ବାଘ ଛାଲ
ଭୁବନେଶ୍ବର:(ମୁଖ୍ୟ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଅଧୀନ ଜୟପାଟଣା ଫରେଷ୍ଟ ରେଞ୍ଜରେ ପଶିଛି ପ୍ରବର୍ତ୍ତନ ନିର୍ଦ୍ଦଶୋଳୟ (ଇଡି)। କାର୍ଯ୍ୟ।ଳୟରେ କାର୍ଯ୍ୟରତ ଥିବା ଫରେଷ୍ଟଗାର୍ଡ ଅଶୋକ ସାହୁଙ୍କ ଲଡୁଗାଁ ସ୍ଥିତ ବାସଭବନରେ ଚଢ଼ଉ କରାଯାଇଛି। ଅଶୋକଙ୍କୁ 10 ଘଣ୍ଟା ଧରି ଇଡି ଅଧିକାରୀମାନେ ପଚରାଉଚରା କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଫରେଷ୍ଟଗାର୍ଡ ଅଶୋକ ଜୟପାଟଣା ରେଞ୍ଜ ଥୁଆମୂଳ ରାମପୁର ବ୍ଳକ ମହୁଳପାଟଣା ବେଣାଖମାର ବିଟଗାର୍ଡ ଥିବା ବେଳେ ସରକାରୀ ଅର୍ଥ ଆତ୍ମସାତ୍ କରାଯାଇଥିଲା। ସରକାରଙ୍କ ବିଭିନ୍ନ ଯୋଜନା ଆସୁଥିବା ଟଙ୍କା ହଡପ କରିବା ଲାଗି ମାସୁଧା କରାଯାଇଥିଲା। ବିଭିନ୍ନ ବ୍ୟକ୍ତିଙ୍କ ନାମରେ ବ୍ୟାଙ୍କରେ 121ଟି ମ୍ୟୁଲ ବା ବେନାମୀ ଆକାଉଣ୍ଟ ଖୋଲାଯାଇଥିଲା। ବନ ବିଭାଗର ଅଧିକାରୀମାନେ ଗୋଟିଏ ମୋବାଇଲ ନମ୍ବର ବ୍ୟବହାର କରି ଜଙ୍ଗଲ ବିଭାଗର ଅନେକ ଯୋଜନାରେ ଆସିଥିବା ସରକାରୀ ପାଣ୍ଠିରୁ ଏନ୍ଇଏଫ୍ଟି ଜରିଆରେ ଟଙ୍କା ଟ୍ରାନ୍ସଫର୍ କରିଛନ୍ତି। ଉକ୍ତ ଟଙ୍କାକୁ ତୁରନ୍ତ ଏଟିଏମ୍ରୁ ଉଠାଇ ନିଆଯାଇଛି। ଏସଂକ୍ରାନ୍ତରେ ଇଡିରେ ଅଭିଯୋଗ ହେବା ପରେ ତଦନ୍ତ କରାଯାଇଥିଲା। ବନବିଭାଗର ଅଧିକାରୀମାନେ ଅଢ଼େଇ କୋଟିରୁ ଅଧିକ ଟଙ୍କା ହେରଫେର୍ କରୁଥିବା ତଦନ୍ତରୁ ଜଣାପଡ଼ିଛି। ଏହି କାରସାଦି ପଛରେ ବନବିଭାଗର ଫରେଷ୍ଟର, ରେଞ୍ଜରଙ୍କ ଠାରୁ ଆରମ୍ଭ କରି ଫରେଷ୍ଟଗାର୍ଡଙ୍କ ସମ୍ପୃକ୍ତି ରହିଥିବା ଇଡି ପ୍ରାଥମିନ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ତେଣୁ ସେମାନଙ୍କୁ ସ୍କାନରକୁ ଅଣାଯାଇ ତନାଘନା କରାଯାଉଛି। ବିଭିନ୍ନ ସ୍ଥାନରେ ଚଢ଼ଉ କରି ବାଘଛାଲ, ଏଟିଏମ୍ କାର୍ଡ, ମୋବାଇଲ ଫୋନ୍, ବେନାମୀ ଆକାଉଣ୍ଟ, ଟଙ୍କା ଉଠାଣ ସ୍ଲିପ୍, ବେଆଇନ୍ ଦଲିଲ୍, ଡିଜିଟାଲ ଡିଭାଇସ୍ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଥିବା ଇଡି ପକ୍ଷରୁ କୁହାଯାଇ l
–