ଶ୍ରୀୟା ଛକରେ ଆତଙ୍କରାଜ, ବିରିୟାନୀ ଦୋକାନୀଙ୍କୁ ଖଣ୍ଡାରେ ହାଣିଲେ
ଭୁବନେଶ୍ୱର, ୨୪/୬(ବ୍ୟୁରୋ ): ଖାରବେଳନଗର ଥାନା ଶ୍ରୀୟା ଛକରେ ମଙ୍ଗଳବାର ରାତିରେ ଖଣ୍ଡା ବୁଲିଛି l ବିରିୟାନି ଦୋକାନୀରୁ ପେଟ୍ପୁରା ବିରିୟାନି ଖାଇଲେ। ଦୋକାନୀ ଟଙ୍କା ମାଗିବାରୁ ତାଙ୍କୁ ଖଣ୍ଡାରେ ୩ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଖଣ୍ଡା ଚୋଟରେ ଆହତ ହୋଇଥିବା ଯୁବକ ହେଲେ ପ୍ରେସ୍ କଲୋନୀର ଗୋପିନାଥ ସାହୁ। ତାଙ୍କୁ ସ୍ଥାନୀୟ ଦୋକାନୀ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୋଗକୁ ଗ୍ରହଣ କରି ଛାନଭିନ୍ କରୁଛି।










