ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୦୧ ସଂକ୍ରମିତ

ଭୁବନେଶ୍ବର:-ରାଜ୍ୟରେ ଆଉ ୧୦୧ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ତେବେ ବୁଧବାର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନଙ୍କ ତଥ୍ୟ ଆସିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।ସମସ୍ତ ୧୦୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୨ ଜଣ, ବାଲେଶ୍ବର ଜିଲ୍ଲାରୁ ୩୩ ଜଣ, ଯାଜପୁର ଜିଲ୍ଲାରୁ ୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ ଏବଂ କେନ୍ଦୁଝର ଜିଲ୍ଲାରୁ ୨ ଜଣ ରହିଛନ୍ତି । ୧୦୧ ସଂକ୍ରମିତଙ୍କ ମଧ୍ୟରୁ ୯୦ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରର ରହିଥିବା ବେଳେ ୮ଜଣ କଣ୍ଟେଟମେଣ୍ଟ ଜୋନ୍‌ରୁ ରହିଛନ୍ତି । ଅନ୍ୟ ୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫୨ ସଂକ୍ରମିତ କ୍ବାରେଣ୍ଟାଇନ୍ ସେଣ୍ଟରରୁ ରହିଛନ୍ତି । ସେହିଭଳି ବାଲେଶ୍ବର ଜିଲ୍ଲାର ୩୩ ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ ସୁରଟ, ୩ ଜଣ ପଶ୍ଚିମବଙ୍ଗ, ୨ ଜଣ ବେଙ୍ଗାଲୁରୁରୁ ଫେରିଥିବା ବେଳେ ଜଣେ କଣ୍ଟେଟମେଣ୍ଟ ଜୋନ୍ ଏବଂ ୩ ଜଣ ସ୍ଥାନୀୟ ବାସିନ୍ଦା । ସେହିଭଳି ସୁନ୍ଦରଗଡର ୭ ସଂକ୍ରମିତ କ୍ବାରେଣ୍ଟାଇନ୍ ଜୋନ୍ ର ରହିଛନ୍ତି । ଯାଜପୁରର ୭ ସଂକ୍ରମିତ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଛନ୍ତି । ସେହିଭଳି ୨ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍ ସେଣ୍ଟରର ରହିଛନ୍ତି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । 

Leave a Reply

Your email address will not be published. Required fields are marked *