ଗ୍ରୀନ୍‌ ଜୋନ୍‌ରେ ଗଡ଼ିବ ବସ୍‌ : ସରକାରୀ କର୍ମଚାରୀଙ୍କ ପାଇଁ ଆଜିଠୁ ଟ୍ୱିନ୍‌ ସିଟିରେ ବସ୍‌ସେବା

 ଭୁବନେଶ୍ୱର:-ରାଜ୍ୟର ଗ୍ରୀନ୍‌ ଜୋନରେ ଯାତ୍ରିବାହୀ ବସ୍‌ ଚଳାଚଳ କରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁମତ ଦେଇଛି । ଏ ସଂପର୍କରେ୨ ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେହିଭଳି ସରକାରୀ ଚାକିରିଆଙ୍କ ସୁବିଧା ପାଇଁ ବୁଧବାରଠାରୁ କଟକ-ଭୁବନେଶ୍ୱର ମଧ୍ୟରେ ଓଏସ୍‌ଆର୍‌ଟିସି ବସ୍‌ ସେବା ଆରମ୍ଭ ହେବ । ଯାତ୍ରୀଭଡ଼ା ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇ କହିଛନ୍ତି, ଏବେ ବହୁ ଗ୍ରୀନ୍‌ ଜୋନ୍‌ ରେଡ୍‌ ହୋଇଯାଇଛି । ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଯାତ୍ରୀ କ୍ଷମତାର ୫୦% କ୍ଷମତାରେ ବସ୍‌ ଚାଲିବ । ତେଣୁ ମାଲିକମାନେ କ୍ଷତି ସହିବେ ବୋଲି କହୁଛନ୍ତି । ଯାତ୍ରୀଭଡ଼ା ଦି’ ଗୁଣା କରିବାକୁ ପ୍ରସ୍ତାବ ରହିଛି । ବସ୍‌ ମାଲିକ ସଂଘ ସହ ଆଲୋଚନା ପରେ ଗ୍ରୀନ୍‌ ଜୋନରେ ବସ୍‌ ଚଳାଚଳ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *