ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ

 ରାୟପୁର:-ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ରହିଛି । ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଡାକ୍ତରମାନେ ମଙ୍ଗଳବାର କହିଛନ୍ତି ଯେ ଏବେ ଅଡିଓ ଥେରାପି ଦ୍ୱାରା ତାଙ୍କର ଚିକିତ୍ସା ପାଇଁ ଉଦ୍ୟମ କରାଯାଉଛି । ହୃଦ୍‌ଘାତ ପରେ ତାଙ୍କୁ ମେ ୯ ତାରିଖରେ ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଏ ସମ୍ପର୍କରେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସୁନୀଲ ଖେମକା କହିଛନ୍ତି, ୭୪ ବର୍ଷୀୟ ଯୋଗୀଙ୍କର ନ୍ୟୁରୋଲୋଜିକାଲ ଗତିବିଧି ପ୍ରାୟ ଶୂନ ରହିଛି ଏବଂ ସେ କୋମାରେ ଅଛନ୍ତି । ଡାକ୍ତରମାନେ ତାଙ୍କ ମସ୍ତିଷ୍କର ଗତିବିଧିକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି । ଆମେ ତାଙ୍କୁ ଇୟରଫୋନ୍‌ ମାଧ୍ୟମରେ ତାଙ୍କର ପସନ୍ଦର ଗୀତ ଶୁଣାଇ ଅଡିଓ ଥେରାପି ଆରମ୍ଭ କରିଛୁ । କିନ୍ତୁ ଏ ପର୍ଯ୍ୟନ୍ତ କିଛି ସଫଳତା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *