ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ପରିବାର

ଭୁବନେଶ୍ବର:-ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ପରିବାର। ଏ ନେଇ ହାଇକୋର୍ଟରେ ପିଟିସନ ଦାଖଲ କଲେ ଆଦିତ୍ୟଙ୍କ ବାପା-ମାଆ। ଏପଟେ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ଫରେନ୍‌ସିକ ସେଣ୍ଟରରେ ବିକାଶ, ପପୁ ଏବଂ ଦୀପକ ହାଜର ହୋଇଛନ୍ତି।

ଆଦିତ୍ୟଙ୍କ ଏହି ୩ ସହଯୋଗୀଙ୍କ  ଲାଏ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇ ସାରିଛି। ଗତକାଲି ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରା  କରିଥିଲା କ୍ରାଇମ ବ୍ରାଞ୍ଚ। ରସୁଲଗଡ଼ସ୍ଥିତ ଫରେନ୍ସିକ ଲ୍ୟାବ୍‌ରେ ଏମାନଙ୍କ ଲାଏ ଡିଟେକ୍ସନ ଚାଲିଛି।ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଦୀର୍ଘ ୫ ଘଣ୍ଟା ଧରି ଲାଏ ଡିଟେକ୍ସନର ସମ୍ମୁଖୀନ ହୋଇଥିଲେ।

ଆଜି ଆଦିତ୍ୟଙ୍କ ୩ ସହଯୋଗୀ ଲାଏ ଡିଟେକ୍ସନ ଫାଶରେ ପଡିଛନ୍ତି। ଗତକାଲି ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଗୁଡାଇତୁଡାଇ ପ୍ରଶ୍ନ କରିଥିଲା। କିଛିଦିନ ତଳେ ଆଦିତ୍ୟଙ୍କ ବାପା-ମାଆ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିଲେ। ଆମକୁ ନ୍ୟାୟ ଦରକାର ବୋଲି ସେହି ଭିଡିଓରେ ସେମାନେ କହିଥିଲେ। ପୁଣି ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପରିବାର।

Leave a Reply

Your email address will not be published. Required fields are marked *