ମହାନଦୀରେ ଆସୁଛି ବଡ଼ ବନ୍ୟା,ହୀରାକୁଦ ଜଳଭଣ୍ଡାର ୨୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ଭୁବନେଶ୍ବର:-ମହାନଦୀରେ ଆସୁଛି ବଡ଼ ବନ୍ୟା। ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଯେଉଁ ଭଳି ମହାନଦୀ ଫୁଲୁଛି, ତଳମୁଣ୍ଡରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖା ଦେଲାଣି । ଆଜି ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିଲିମିଟର ବର୍ଷା ହୋଇଛି । ଏବେ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଛି । ଏବେ ଡ୍ୟାମର ୨୮ଟି ଗେଟ ଖୋଲାଯାଇଥିବାବେଳେ ମୋଟ ୩୬ଟି ଗେଟ ଖୋଲାଯିବ ବୋଲି ସେ କହିଛନ୍ତି । ୨ ବର୍ଷ ପରେ ସର୍ବାଧିକ ଗେଟ୍ ଖୋଲିଲା ଯାଇଛି।
ସୂଚନା ଯୋଗ୍ୟ ଯେ, ଆଜି ସକାଳେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୨.୫୮ ଫୁଟ୍ ଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୫,୫୬,୩୯୩ ଘନ ଫୁଟ ପାଣି ପଶୁଛି । ୨୪ଟି ଗେଟ୍ ଖୋଲାଯାଇଛି । ଏଥିରେ ପ୍ରତି ସେକେଣ୍ଡରେ ପ୍ରାୟ ୩ ଲକ୍ଷ ଘନଫୁଟ୍ରୁ ଅଧିକ ପାଣି ଛଡ଼ାଯାଉଥିଲା । ପୁଣି ମଧ୍ୟାହ୍ନରେ ସ୍ଥିତିକୁ ଦେଖି ବନ୍ଧ କର୍ତ୍ତୃପକ୍ଷ ଆଉ ୪ଟି ଗେଟ୍ ଖୋଲି ମୋଟ୍ ୨୮ଟି ଗେଟ୍ରେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ କରୁଛନ୍ତି। ତେବେ, ହୀରାକୁଦର ପାଣି ତଳମୁଣ୍ଡରେ ଯେମିତି ଅଧିକ ସମସ୍ୟା ସୃଷ୍ଟି କରିବ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି।










