ମିଡିଆ ଉପରେ ରିୟାଙ୍କ ରାଗ, କ୍ୟାମେରା ଦେଖିବା ମାତ୍ରେ କାର ଓ୍ବିଣ୍ଡୋକୁ ମାରିଲେ କହୁଣୀ
ମୁମ୍ବାଇ:- ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ପାଲଟିଛନ୍ତି ରିୟା ଚକ୍ରବର୍ତ୍ତିୀ। ସୁଶାନ୍ତଙ୍କ ବାପା ରିୟାଙ୍କୁ ହତ୍ୟାକାରିଣୀ ବୋଲି କହିଛନ୍ତି। ରିୟାଙ୍କୁ ସୁଶାନ୍ତଙ୍କ ମାମଲାରେ ସୋସିଆଲ ମିଡିଆରେ ଯୋରଦାର ଭାବରେ ଟ୍ରୋଲ କରାଯାଉଛି। ରିୟା ନିଜ ଉପରେ ଲାଗିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେଭଳି ରିୟା ଓ ତାଙ୍କ ପରିବାର ମିଡିଆ ଟ୍ରାଏଲ ପାଇଁ ଖୁବ୍ ସମସ୍ୟାରେ ଅଛନ୍ତି। ଏବେ ଏହାର ରାଗ ଆଜି ସକାଳେ ଦେଖିବାକୁ ମିଳିଥିଲା ସେତେବେଳେ ରିୟା ସିବିଆଇ ପଚରାଉଚରା ପାଇଁ ଡିଆରଡିଓ ଗେଷ୍ଟ ହାଉସ ଯାଉଥିଲେ।ସୁଶାନ୍ତଙ୍କ ମାମଲାରେ ପଚରାଉଚରା ପାଇଁ ସିବିଆଇ ତାଙ୍କୁ ଆଜି ଡକାଇଥିଲା। ତେଣୁ ରିୟା ନିଜର ଭାଇ ସୌଭିକଙ୍କ ସହିତ ଡିଆରଡିଓ ଗେଷ୍ଟ ହାଉସ ଅଭିମୁଖେ ବାହାରିଥିଲେ। ରିୟା ଯେତେବେଳେ ଡିଆରଡିଓ ଗେଷ୍ଟ ହାଉସରେ ପହଁଞ୍ଚିଥିଲେ, ତାଙ୍କର ଗାଡିକୁ କ୍ୟାମେରାମ୍ୟାନ୍ ଓ ରିପୋର୍ଟରମାନେ ଘେରି ନେଇଥିଲେ। ଏହା ଦେଖି ରିୟା ଖୁବ୍ ରାଗି ଯାଇଥିଲେ। ମିଡିଆର କ୍ୟାମେରା ଦେଖି ରିୟାଙ୍କୁ ରାଗ ଆସିଯାଇଥିଲା। ଏହି ଭିଡିଓରେ ଦେଖି ପାରୁଥିବେ ରିୟା କିଭଳି ନିଜର କାରର ଓ୍ବିଣ୍ଡୋକୁ କହୁଣୀ ମାରୁଛନ୍ତି।
ମାମଲାକୁ ନେଇ ଯେଉଁ ଭଳି ଭାବରେ ରିୟା ଓ ତାଙ୍କ ପରିବାର ଲୋକ ଟ୍ରୋଲ ହେଉଛନ୍ତି ସେଥିରେ ତାଙ୍କର ପୁରା ପରିବାର ଚିନ୍ତିତ ହୋଇପଡିଛନ୍ତି। ରିୟା ଯେତେବେଳେ କାରର ଓ୍ବିଣ୍ଡୋରେ କହୁଣୀ ମାରିଥିଲେ, ସେତେବେଳେ ଯଦିଓ କିଛି କହିନଥିଲେ କିନ୍ତୁ ତାଙ୍କର ଅଙ୍ଗଭଙ୍ଗୀରୁ ସ୍ପଷ୍ଟ ଜଣାପଡିଥିଲା ଯେ, ରିୟା ମିଡିଆ ଟ୍ରାଏଲରେ ଖୁବ୍ ସମସ୍ୟାରେ ପଡିଯାଇଛନ୍ତି। ଏହା ପୂର୍ବରୁ ଗୁରୁବାର ମିଡିଆ ପ୍ରଶ୍ନର ଉତ୍ତର ଦେଇ ରିୟାଙ୍କ ବାପା ଇନ୍ଦ୍ରଜିତ୍ ଚକ୍ରବର୍ତ୍ତୀ ଖୁବ୍ ସମସ୍ୟାରେ ପଡିଥିଲେ। ମିଡିଆର ପ୍ରଶ୍ନବାଣରେ ଘାଇଲା ହୋଇ ଶେଷରେ ରାଗରେ ସେ କହିଥିଲେ-କ’ଣ ଜୀବନରେ ମାରିଦେବ? ଗୁରୁବାର ରିୟାଙ୍କ ସୋସାଇଟିରେ ଦୁଇଜଣ ମହିଳା ପଶି ଖୁବ୍ ହଙ୍ଗାମା କରିଥିଲେ। ସେ ରିୟାଙ୍କ ମା’ଙ୍କ ଉପରେ କଳାଯାଦୁ କରିବାର ଅଭିଯୋଗ ଆଣିଥିଲେ।










