ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ :–ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ହୋଇନାହିଁ | ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ଡାକ୍ତର କହିଛନ୍ତି ସେ ଗଭୀର କୋମାରେ ଅଛନ୍ତି | ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି | ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ମେଡିକାଲ ବୁଲେଟିନ ଜାରି କରି କହିଛନ୍ତି ଯେ ପ୍ରଣବ ମୁଖାର୍ଜୀ ଗତ ୧୭ ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି | ହସ୍ପିଟାଲ ଅଧିକାରୀ କହିଛନ୍ତି ଯେ ପ୍ରଣବ ମୁଖାର୍ଜୀଙ୍କ ଫୁସଫୁସରେ ସଂକ୍ରମଣ ହୋଇଯାଇଛି | ସେଥିପାଇଁ ତାଙ୍କର ଚିକିତ୍ସା କରାଯାଉଛି | ମଙ୍ଗଳବାର ଠାରୁ ତାଙ୍କ କିଡନୀର ସ୍ଥିତି ମଧ୍ୟ ଭଲ ନଥିବା ଡାକ୍ତର କହିଛନ୍ତି |

Leave a Reply

Your email address will not be published. Required fields are marked *