ବିଉଟି ପାର୍ଲରରେ ନାବାଳିକାଙ୍କୁ ଡ୍ରଗ୍ସ ଦେଇ ଗଣଦୁଷ୍କର୍ମ,
ମିର୍ଜାପୁର:-ଉତ୍ତର ପ୍ରଦେଶର ମିର୍ଜାପୁରରେ ଜଣେ ୧୫ ବର୍ଷୀୟ ନାବାଳିକଙ୍କୁ ଗଣ ଦୁଷ୍କର୍ମ। ଏକ ବିଉଟି ପାର୍ଲରରେ ନିଶା ଔଷଧ ଓ ଡ୍ରଗ୍ସ ଦେଇ ଗଣଦୁଷ୍କର୍ମ କରିବା ପରେ ଦେହବେପାରରେ ନିୟୋଜିତ କରିଥିଲେ। କୌଶଳକ୍ରମେ ନାବାଳିକା ଜଣକ ଅପରାଧୀଙ୍କ କବଳରୁ ଖସି ଆସି ପୋଲିସ ନିକଟରେ ପହଁଞ୍ଚିଥିଲେ। ରାମନଗର ପୋଲିସର ସୂଚନା ଅନୁସାରେ, ୧୬ ଅଗଷ୍ଟ ରାତିରେ ଝିଅଟି ପୋଲିସ ଷ୍ଟେସନରେ ପହଁଞ୍ଚି ସବୁ କିଛି କହିଥିଲେ। ପୋଲିସ ଯେତେବେଳେ ତଦନ୍ତ ଆରମ୍ଭ କରିଥିଲା ସେତେବେଳେ ଜଣାପଡିଥିଲା ନାବାଳିକାଙ୍କ ପରିବାର ଲୋକ ତାଙ୍କର ନିଖୋଜ ସମ୍ପର୍କରେ ମାମଲା ରୁଜୁ କରିଥିଲେ। ନାବାଳିକା ଜଣକ ପ୍ରାୟ ୧୨ ଜଣ ଲୋକଙ୍କର ନାଁ କହିଛନ୍ତି, ସେମାନଙ୍କ ଭିତରେ ୩ ଜଣ ମହିଳା ରହିଛନ୍ତି। ସମସ୍ତଙ୍କୁ ଗିରଫ କରିବା ପାଇଁ ଚଢାଉ କରାଯାଉଛି।
ପୋଲିସର ସୂଚନା ଅନୁସାରେ, ଝିଅଟିର ଘର ମିର୍ଜାପୁରର ଚୁନାର ଗାଁରେ ରୁହନ୍ତି। ଗାଁର ଜଣେ ମହିଳା ତାଙ୍କୁ ରାମନଗର ବିଉଟି ପାର୍ଲରରେ କାମ ଦେବାର ପ୍ରତିଶୃତି ଦେଇଥିଲେ ଓ ୧୫ ଜୁନରେ ରାମନଗର ନେଇକି ଆସିଥିଲେ। ସେହି ଦିନ ସେ ବିଉଟି ପାର୍ଲରରେ କାମ କରିବା ଆରମ୍ଭ କରିଥିଲେ। ୧୫ ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା। କିନ୍ତୁ ପରେ ତାଙ୍କୁ ନିଶାଔଷଧ ଓ ଡ୍ରଗ୍ସ ଦେଇ ଦେହବେପାର ଧନ୍ଦାରେ ଲଗାଇଥିଲେ। ବିଉଟି ପାର୍ଲରର ମାଲିକ ତାଙ୍କୁ ବନ୍ଦୀ କରି ପ୍ରାୟ ୧୨ ଜଣକ ଲୋକଙ୍କ ଦ୍ବାରା ଦୁଷ୍କର୍ମ କରିଥିଲେ।
ଝିଅଠାରୁ ସବୁ କଥା ଶୁଣିବା ପରେ ବାରାଣାସୀ ପୋଲିସ ଚୁନାର ପୋଲିସ ସହିତ କଥା ହୋଇଥିଲା। ଏହାପରେ ଜଣାପଡିଥିଲା ପରିବାର ଲୋକ ନିଖୋଜ ରିପୋର୍ଟ ରୁଜୁ କରିଥିଲେ। ଏବେ ନାବାଳିକାଙ୍କୁ ଚୁନାର ପୋଲିସକୁ ହସ୍ତାନ୍ତର କରାଯାଇଛି। ଚୁନାର ଏସଏଚଓ ମନୋଜ ସିଂହ କହିଛନ୍ତି ଝିଅଟିର ଦାଦା ପୁଅ ଭାଇ ନିଖୋଜ ସମ୍ପର୍କରେ ମାମଲା ରୁଜୁ କରିଥିଲେ। ଗତ ୧୮ ତାରିଖରେ ନାବାଳିକାର ମେଡିକାଲ ଟେଷ୍ଟ କରାଯାଇଥିଲା।