ଆମେରିକାର ଯୁଦ୍ଧ ଜାହାଜ ଆଡକୁ ଚୀନ୍ ମାଡ କଲା କ୍ଷେପଣାସ୍ତ୍ର

ସିଓଲ- ବିବାଦୀୟ  ଦକ୍ଷିଣ ଚୀନ୍‌ସାଗରରେ ମୁତୟନ ଥିବା ଆମେରିକାର ଦୁଇଟି ବିମାନ ବାହୀ ଯୁଦ୍ଧ ପୋତକୁ ଦୂରେଇ ରହିବା ପାଇଁ ଚୀନ୍‌ ଚେତାବନୀ ସ୍ୱରୂପ ମିସାଇଲ୍‌ ମାଡ କରିଛି ।

ବୁଧବାରରେ ଦକ୍ଷିଣ ଚୀନ୍‌ ସାଗରରେ  DF-21D ଏବଂ DF-26B ମିସାଇଲ୍‌ ମାଡ କରିଥିବା ସୂଚନା ମିଳିଛି । ଚୀନ୍‌ର ମର୍ଣ୍ଣିଂ ପୋଷ୍ଟରେ ଏହି ଖବର ପ୍ରକାଶିତ ହୋଇଛି । ଚୀନ୍‌ସେନାର ଜଣେ ଅଧିକାରୀଙ୍କ ନାମ ପ୍ରକାଶିତ ନକରି ତାଙ୍କରି ସୂଚନା ଆଧାରରେ ଏହି ଖବର ପ୍ରକାଶିତ କରାଯାଇଛି ।

ଆମେରିକାର ବିମାନବାହୀ ଯୁଦ୍ଧ ପୋତ ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କୁ ଚେତାବନୀ  ଦେବା ପାଇଁ ଏହି କ୍ଷେପଣାସ୍ତ୍ର ମାଡ କରାଯାଇଥିଲା  ବୋଲି ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶ କରାଯାଇଛି ।

ଆମେରିକା ଏହି ବିବାଦୀୟ ଅଞ୍ଚଳରେ ପ୍ରବେଶ କଲେ ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚୀନ୍ କହିଛି ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ପ୍ରଥମ ଥର ପାଇଁ କେହି ଆମରିକାକୁ ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଚ୍ୟାଲେଞ୍ଜ ଦେଇଛି ।

ଚୀନ୍‌ର ରାଷ୍ଟ୍ରପତି ଜିନ୍ ପିଙ୍ଗ୍‌ ଚୀନ୍‌ ସେନା ପିଏଲ୍‌ଏର ଏକ ନୂଆ ରକେଟ୍‌ ଉନ୍ମୋଚନ କରିଥିଲେ । ଗତ ବର୍ଷ ଅକ୍ଟୋବର ମାସରେ ଏହାକୁ ଚୀନ୍‌ ସନାରେ ସାମିଲ କରାଯାଇଥିଲା ।

Leave a Reply

Your email address will not be published. Required fields are marked *