ବିହାରରୁ ବିଦାହେବେ ପେଟୁଆ ପୋଲିସ, ନୀତିଶ ଆଣିଲେ ନୂଆ ନିୟମ

ବିହାର: –ବିହାରରୁ ବିଦାହେବେ ପେଟୁଆ ପୋଲିସ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରରେ ଏଭଳି ଏକ ନିୟମ ଆଣିବାକୁ ଯାଉଛନ୍ତି । ଶାରିରୀକ ସ୍ତରରେ ଫିଟ୍ ନଥିବା କିମ୍ବା ପେଟ ବାହାରିଥିବା ପୋଲିସଙ୍କୁ ବାଧ୍ୟତାମୂଳକ ଛୁଟି ଦେବାକୁ କିଛି ନିୟମ ଆଣୁଥିବା ସୂଚନା ମିଳିଛି । ଏପରିକି ଯେଉଁ ମାନଙ୍କ ବୟସ ୫୦ ରୁ ଅଧିକ ହୋଇଥିବ ସେମାନଙ୍କୁ ମଧ୍ୟ ବାଧ୍ୟତାମୂଳକ ଛୁଟି ଦେବେ ସରକାର ।

ସୂଚନା ମୁତାବକ ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟକରୁଥିବା କନେଷ୍ଟବଳଙ୍କ ଠାରୁ ଆରମ୍ଭ କରି ଡିଏସପି ରାଙ୍କ ପର୍ଯ୍ୟନ୍ତ କର୍ମଚାରୀ ଏହି ନିୟମରେ ସାମିଲ ହେବେ । ଏନେଇ ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ଅଗଷ୍ଟ ୨୩ରେ ସମସ୍ତ ଜିଲ୍ଲାର ଏସପିଙ୍କୁ ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ମାନଙ୍କ ବୟସ ୫୦ବର୍ଷରୁ ଅଧିକ ଓ ସେମାନେ ଶାରୀରିକ ସ୍ତରରେ ଫିଟ ନାହାନ୍ତି ସେମାନଙ୍କର କାର୍ଯ୍ୟ କରିବାର ଦକ୍ଷତା ମାପ କରାଯାଉ ।

ସମସ୍ତ ଜିଲ୍ଲାକୁ ଏହି ଚିଠିପରେ ପ୍ରତିମାସ ୯ ତାରିଖରେ ଏହି କାର୍ଯ୍ୟ ଦକ୍ଷତା ସମ୍ବନ୍ଧିୟ ଏକ ସମୀକ୍ଷା ବୈଠକ ହେବ । ପୋଲିସ ବିଭାଗ ପକ୍ଷରୁ  ଜାରି ହୋଇଥିବା ଏହି ଚିଠୁ ନେଇ ରାଜ୍ୟ ପୋଲିସ ଆସୋସିଏସନ ଏହାକୁ ଘୋର ବିରୋଧ କରିଛି । ଏନେଇ ଆସୋସିଏସର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ କୁମାର ସିଂ କହିଛନ୍ତି ଯେ ଯଦି ଆଗାମୀ ଦିନରେ ଏହାକୁ ପ୍ରତ୍ୟାହାର କରାନଯାଏ ତେବେ ପ୍ରତିବାଦରେ ସାରା ରାଜ୍ୟରେ ପୋଲିସ ମାନେ ଏକଜୁଟ ହୋଇ ଆନ୍ଦୋଳନ କରିବେ ।

Leave a Reply

Your email address will not be published. Required fields are marked *