ପାକିସ୍ତାନ ଲ୍ୟାବ୍ରେ ଉହାନର ବୈଜ୍ଞାନିକ ତିଆରି କରୁଛନ୍ତି ଜୈବିକ ଅସ୍ତ୍ର,
ନୂଆଦିଲ୍ଲୀ:-ଉହାନ ଲ୍ୟାବରେ କରୋନା ଭାଇରସ ଚୀନ କରିଥିବା ନେଇ ଅଭିଯୋଗ ହେଉଛି । ଏବେ ଚୀନ ଏହି ଲ୍ୟାବରେ ଅନେକ ଜୈବିକ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ଲାଗିଛି । ଏନେଇ ଅଷ୍ଟ୍ରେଲିଆର ଓ୍ୱେବସାଇଟ୍ କ୍ଲାକସୋନରେ ଦାବି କରାଯାଇଛି ।
ଉହାନ ଲ୍ୟାବରୁ କରୋନା ଭାଇରସ ସୃଷ୍ଟି ହୋଇଥିବା ଅନେକ ବିଶେଷଜ୍ଞ ଦାବି କରୁଛନ୍ତି । ଏହି ଭାଇରସର ଆତଙ୍କ ସାରା ବିଶ୍ୱ ଭୋଗୁଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି । ଆମେରିକା ବାରମ୍ବାର ଅଭିଯୋଗ କରୁଛି ଯେ ଏହି ଭାଇରସ ପ୍ରାକୃତିକ ନୁହେଁ । ଏହାକୁ ଚୀନ ଲ୍ୟାବରେ ତିଆରି କରିଛି । ତେଣୁ ଉହାନରେ ହିଁ କରୋନାର ପ୍ରକୋପ ପ୍ରଥମେ ଆରମ୍ଭ ହୋଇଥିଲା । ତେବେ ଚୀନ ଏସବୁ ଅଭିଯୋଗକୁ ମିଛ କହିବା ସହ ଖଣ୍ଡନ କରିଛି । କିନ୍ତୁ କ୍ଲାକସୋନର ରିପୋର୍ଟ ସାରା ବିଶ୍ୱର ନିଦ ହଜାଇ ଦେଇଛି । ରିପୋର୍ଟରେ କୁହାଯାଇଛି ଯେ, ବୁହାନ ଲ୍ୟାବର ବୈଜ୍ଞାନିକମାନେ ପାକିସ୍ତାନରେ ପଶୁଙ୍କଠାରୁ କିପରି ରୋଗ ମଣିଷକୁ ଡେଇଁବ ସେନେଇ କାର୍ଯ୍ୟ କରୁଛନ୍ତି । ଏହି ରିସର୍ଚ୍ଚରେ ୭୦୦୦ରୁ ଅଧିକ ପାକିସ୍ତାନୀ କୃଷକ, ମେଷପାଳକ ଓ ୨୮୦୦ ଓଟ ସାମିଲ କରାଯାଇଛି । ଚୀନର ବୁହାନ ଲ୍ୟାବ୍ ପାକିସ୍ତାନୀ ସେନା ସହ ଏକ ଚୁକ୍ତି କରିଛି । ୩ ବର୍ଷ ପାଇଁ ଏହି ଚୁକ୍ତି ହୋଇଛି । ଚୁକ୍ତି ଅନୁସାରେ ଅତ୍ୟନ୍ତ ଗୁପ୍ତ ଭାବେ ପାକିସ୍ତାନ ଲ୍ୟାବ୍ରେ ଚୀନା ବୈଜ୍ଞାନିକ ଗବେଷଣା କରୁଛନ୍ତି । ଉହାନ ଲ୍ୟାବରେ କାମ କରୁଥିବା ବୈଜ୍ଞାନିକଙ୍କୁ ଏଥିରେ ସାମିଲ କରାଯାଇଛି । ସେମାନଙ୍କୁ ସହଯୋଗ କରୁଛନ୍ତି ପାକିସ୍ତାନ ମିଲିଟାରୀ ବୈଜ୍ଞାନିକ । ଏହି ଗୁପ୍ତ ଲ୍ୟାବରେ ଅନେକ ମାରାତ୍ମକ ଭୂତାଣୁ ପ୍ରସ୍ତୁତ କରାଯାଉଛି । ଯାହାକୁ ଚୀନ ଶତ୍ରୁ ଦେଶ ଉପରେ ପ୍ରୟୋଗ କରିବ । କିଛି ଭୂତାଣୁ ଆନ୍ଥ୍ରାକ୍ସ ଓ କରୋନାଠୁ ମଧ୍ୟ ଭୟଙ୍କର ।ଆହୁରି କୁହାଯାଇଛି ଯେ, ଏପରି ମାରାତ୍ମକ ଭୂତାଣୁ ତିଆରିରେ ଚୀନ ବୈଜ୍ଞାନିକ ପାକିସ୍ତାନୀ ବୈଜ୍ଞାନିକଙ୍କୁ ଟ୍ରେନିଂ ଦେଉଛନ୍ତି । ଏବେସୁଦ୍ଧା ୫ଟି ଗବେଷଣା କରାଯାଇଛି ।ଏଥିରେ ଅନେକ ଘାତକ ଓ ମାରାତ୍ମକ ଭାଇରସ ବାବଦରେ ଉଲ୍ଲେଖ ରହିଛି । ଯାହା ମନୁଷ୍ୟକୁ ପଶୁମାନଙ୍କଠାରୁ ସଂକ୍ରମିତ ହୋଇଥାଏ ।ଏପରି ରିସର୍ଚ୍ଚ ପାଇଁ ହଜାର ହଜାର ପାକିସ୍ତାନୀଙ୍କ ରକ୍ତ ନମୁନା ନିଆଯାଇଛି ।ଏବେସୁଦ୍ଧା ଏହି ଭାଇରସରୁ ମୁକ୍ତି ପାଇବା ପାଇଁ କୌଣସି ଭାକସିନ୍ ବାହାରି ନାହିଁ ।