ମୋଦିଙ୍କ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, JEE ଓ NEET ସ୍ଥିଗିତ ରଖିବାକୁ କଲେ ଅନୁରୋଧ

ଭୁବନେଶ୍ବର :-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜେଇଇ ଓ ଏନ୍‌ଇଇଟି ସ୍ଥିଗିତ ରଖିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ। ଏହା ସହିତ ଆମ ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଭିଡ ଓ ବନ୍ୟା ସ୍ଥିତ ପାଇଁ ଜେଇଇ ଓ ଏନ୍‌ଇଇଟି ପରୀକ୍ଷା ସ୍ଥଗିତ ରଖାଯାଉ। ତେଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ହାଜର ହେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଦୁଇ ଦିନ ପୂର୍ବେ ଜେଇଇ ଏବଂ ନିଟ୍ କୁ ସ୍ଥଗିତ ରଖିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଚିଠି ଲେଖିଥିଲେ । କରୋନା ସ୍ଥିତିରେ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ । ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପାଇଁ ଆବେଦନ କରିଥିବା ବେଳେ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ପାଇଁ ଓଡିଶାରୁ ଆବେଦନ କରିଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ପକ୍ଷରୁ ମାତ୍ର ୭ଟି ସହରରେ ପରୀକ୍ଷା ସେଣ୍ଟର କରାଯାଇଛି । ବିଭିନ୍ନ ଜିଲ୍ଲାରେ ସଟ୍‌ ଡାଉନ୍‌ ଓ ଲକ୍‌ ଡାଉନ୍‌ ଥିବାରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାରେ ସମସ୍ୟା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *