କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ:- ଜ୍ୟୋତିରାଦିତ୍ୟ ସିନ୍ଧିଆ ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ସାକ୍ଷାତ ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ଭାଗବତ ସିନ୍ଧିଆଙ୍କ ସାକ୍ଷାତ ପରେ ମଧ୍ୟ ପ୍ରଦେଶରେ ନେତାମାନଙ୍କ ଚିନ୍ତା ବଢିଛି । ବିଜେପିରେ ସାମିଲ ହେବାର ପ୍ରାୟ ୬ମାସ ପରେ ସିନ୍ଧିଆଙ୍କର ମୋହନ ଭାଗବତଙ୍କ ସହ ସାକ୍ଷାତ ହୋଇଛି । ଭାଗବତ-ସିନ୍ଧିଆ ସାକ୍ଷାତ ପଛରେ ମରାଠୀ ଲବି ସକ୍ରିୟ ରହିଛି ବୋଲି କୁହାଯାଉଛି ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ନାଗପୁରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ସାଧାରଣ ସଂପାଦକ ଭାୟାଜୀ ଯୋଶୀଙ୍କୁ ଭେଟିଥିଲେ । ଏହି ସାକ୍ଷାତ ଏଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି କାରଣ ମଧ୍ୟପ୍ରଦେଶର ୨୭ଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ସିନ୍ଧିଆ ଶକ୍ତି ପ୍ରଦର୍ଶନର ଆରମ୍ଭ କରିସାରିଛନ୍ତି । ତାଙ୍କ ଆହ୍ବାନରେ ଗ୍ବାଲିୟର-ଚମ୍ବଲ ଡିଭିଜନରେ ବିଜେପିର ୩ ଦିନିଆ ସଦସ୍ୟତା ଅଭିଯାନରେ ହଜାର ହଜାର କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଏହାସହ ଏହି ଅଞ୍ଚଳରୁ ୧୬ଟି ବିଧାନସଭା ଆସନ ଜିତିବାର ମଧ୍ୟ ଦାୟିତ୍ବ ସିନ୍ଧିଆଙ୍କ ଉପରେ ରହିଛି ।

କୁହାଯାଏ ଯେ ଜିୱାଜୀ ରାଓ ସିନ୍ଧିଆ ଗ୍ବାଲିୟର-ଚମ୍ବଲରେ ହିନ୍ଦୁ ମହାସଭାର ମୂଳଦୁଆକୁ ସୁଦୃଢ କରିଥିଲେ। ସେ ଏହି ଅଞ୍ଚଳର ନିର୍ବାଚନରେ ​​ହିନ୍ଦୁ ମହାସଭା ପାଇଁ ପ୍ରାର୍ଥୀ ଦେଉଥିଲେ । ୧୯୫୭ର ଲୋକସଭା ନିର୍ବାଚନରେ ​​ସେ କଂଗ୍ରେସକୁ ମୂଳପୋଛ କରିଥିଲେ । ୪ଟି ଆସନ ହିନ୍ଦୁ ମହାସଭାକୁ ମିଳିଥିଲା

Leave a Reply

Your email address will not be published. Required fields are marked *