କନ୍ଧମାଳ ତୁମୁଡିବନ୍ଧ ଷ୍ଟେଟ ବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ଆକ୍ରାନ୍ତ

କନ୍ଧମାଳ:- କନ୍ଧମାଳ ଜିଲ୍ଲାର ତୁମୁଡି ବନ୍ଧ ଷ୍ଟେଟବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତ କର୍ମଚାରୀଙ୍କୁ ସରକାରୀ ସଙ୍ଗରୋଧରେ ରଖାଯାଇଛି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଗୋଟିଏ ବ୍ୟାଙ୍କର ସମସ୍ତ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।କିଛି ଦିନ ତଳେ ଫୁଲବାଣୀ, ଜି.ଉଦୟଗିରି, କୋଟଗଡ, ଦାରିଙ୍ଗବାଡି, ଖଜୁରୀପଡା ବ୍ୟାଙ୍କ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଜିଲ୍ଲାର ସବୁ ବ୍ୟାଙ୍କକୁ ସାତଦିନ ପାଇଁ ବନ୍ଦ ରଖିଥିଲେ ।

Leave a Reply

Your email address will not be published. Required fields are marked *