ଓଡ଼ିଶାରୁ ଆଉ ୩୩୮୪ କରୋନା ପଜିଟିଭ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ଡେଇଁଲା
ଭୁବନେଶ୍ବର:- ଅଗଷ୍ଟ ମାସରେ ରାଜ୍ୟରେ କରୋନା ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି ।ବିଶେଷ କରି ସ୍ଥାନୀୟ ସଂକ୍ରମିତ ସଂଖ୍ୟା ଧୀରେଧୀରେ ବଢିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୩୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୧୨୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୨୫୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ୯୮୬ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆଜି ଓଡ଼ିଶାର ୩୦ଟି ଜିଲ୍ଲାରୁ ସର୍ବାଧିକ ୩୩୮୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୫୮୭ ଜଣ, କଟକରୁ ୪୯୨ ଜଣ, ସମ୍ବଲପୁରରୁ ୧୮୨ ଜଣ, ଗଞ୍ଜାମ ଓ ମୟୂରଭଞ୍ଜରୁ ୧୭୭ ଜଣ ଲେଖାଏଁ, ଯାଜପୁରରୁ ୧୭୬ ଜଣ, ବରଗଡ଼ରୁ ୧୫୭ ଜଣ, ରାୟଗଡ଼ରୁ ୧୫୪ ଜଣ, ପୁରୀରୁ ୧୨୧ ଜଣ, ବାଲେଶ୍ବରରୁ ୧୧୯ ଜଣ, ସୁନ୍ଦରଗଡ଼ରୁ ୧୦୧ ଜଣ, ବଲାଙ୍ଗୀରରୁ ୯୯ ଜଣ, ଝାରସୁଗୁଡାରୁ ୯୨ ଜଣ, କୋରାପୁଟରୁ ୮୯ ଜଣ, ଭଦ୍ରକରୁ ୮୨ ଜଣ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୭୬ ଜଣ ଲେଖାଏଁ, କେନ୍ଦୁଝରରୁ ୬୩ ଜଣ, ଢ଼ୋଙ୍କାନାଳରୁ ୬୦ ଜଣ, କନ୍ଧମାଳରୁ ୫୮ ଜଣ, ମାଲକାନଗିରିରୁ ୪୪ ଜଣ, ଜଗତସିଂହପୁରରୁ ୪୩ ଜଣ, ସୋନପୁରରୁ ୩୭ ଜଣ, ନବରଙ୍ଗପୁରୁ ୩୧ ଜଣ, କଳାହାଣ୍ତିରୁ ୨୭ ଜଣ, ନୂଆପଡାରୁ ୧୯ ଜଣ, ଦେବଗଡ଼ରୁ ୧୬ ଜଣ, ଅନୁଗୁଳରୁ ୧୩ ଜଣ, ଗଜପତିରୁ ୯ ଜଣ, ବୌଦ୍ଧରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦ ହଜାର ୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୭,୬୭୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୨ ହଜାର ୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।










