‘ରିୟା ମୋ ପୁଅକୁ ବିଷ ଦେଉଥିଲେ, ତାଙ୍କୁ ଗିରଫ କରାଯାଉ’ : ସୁଶାନ୍ତ ସିଂଙ୍କ ବାପା କେ କେ ସିଂହ
ମୁମ୍ବାଇ:- ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ରହସ୍ୟ । ଲଗାତାର ୭ ଦିନ ହେବ ସିବିଆଇ ଖୋଜୁଛି ମୃତ୍ୟୁର ରହସ୍ୟ । ସିବିଆଇ ପଚରାଉଚରାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ଖୁଲାସା ହୋଇସାରିଛି। ଇତି ମଧ୍ୟରେ ସୁଶାନ୍ତଙ୍କ ପିତା କେ କେ ସିଂହ ରିୟାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁଶାନ୍ତଙ୍କ ପିତା ରିୟାଙ୍କୁ ହତ୍ୟାକାରୀ ବୋଲି କହିଛନ୍ତି।
କେ କେ ସିଂହ କହିଛନ୍ତି କି, ରିୟା ମୋ ପୁଅକୁ ଅନେକ ଦିନରୁ ବିଷ ଦେଉଥିଲା। ଯେତେ ଶୀଘ୍ର ସମ୍ଭବ ରିୟାକୁ ଗିରଫ କରିବା ସହ ଦଣ୍ଡ ମିଳିବା ଦରକାର ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସୁଶାନ୍ତଙ୍କ ପରିବାର ଓକିଲ କହିଥିଲେ କି, ପ୍ରଥମେ ଆମକୁ କୁହାଯାଇଥିଲା କି ସୁଶାନ୍ତଙ୍କ ଚିକିତ୍ସା ପାଇଁ କିଛି ଔଷଧ ଦିଆଯାଉଥିଲା। ଏବେ ଆମକୁ ଜଣାପଡ଼ୁଛି କି, ସୁଶାନ୍ତଙ୍କୁ ବିଷ କିମ୍ବା ଡ୍ରଗ୍ସ ଦିଆଯାଉଥିଲା ବୋଲି।
ସୂଚନା ମୁତାବକ ରିୟା ଚକ୍ରବର୍ତ୍ତିଙ୍କ ଏକ ହ୍ବାଟସ୍ ଆପ ଚାଟକୁ ନେଇ ଏପରି ଖୁଲାସା ହେଉଛି । ଏହି ଚାଟ୍ରେ ରିୟା ଚକ୍ରବର୍ତ୍ତୀ ଅନେକ ଲୋକଙ୍କ ସହ କଥା ହୋଇଛନ୍ତି । କୁହାଯାଉଛି ଯେ ଏଗୁଡ଼ିକ ହେଉଛି ଚାଟ୍ ପୁନରୁଦ୍ଧାର, ଯାହା ରିୟା ପୂର୍ବରୁ ଡିଲିଟ୍ କରିଥିଲେ । ପ୍ରଥମ ଚାଟ୍ ରିୟା ଏବଂ ଗୌରବ ଆଚାର୍ୟ୍ୟଙ୍କ ମଧ୍ୟରେ ହୋଇଥିଲା । ତେବେ ସୂଚନାରୁ ମିଳିଛି ଯେ ଗୌରବ ହେଉଛନ୍ତି ସେହି ସମାନ ବ୍ୟକ୍ତି ଯିଏ ଡ୍ରଗ୍ସ ଲିଡର ଭାବରେ ପୂର୍ବରୁ ରିୟାଙ୍କ ସହ ସମ୍ପର୍କରେ ଥିଲେ । ଏହି ଚାର୍ଟରେ ଗୌରବ ଓ ରିୟାଙ୍କ ମଧ୍ୟରେ ସୁଶାନ୍ତଙ୍କୁ ଡ୍ରଗ୍ସ ଦେବାନେଇ ଆଲୋଚନା ହୋଇଥିଲା । ଏଥିରେ ଲେଖାଅଛି କି ଯଦି ଆମେ କଠିନ ଡ୍ରଗ୍ସ ଓୌଷଧ ବିଷୟରେ କଥା ହେବା ତେବେ ମୁଁ ଅଧିକ ଡ୍ରଗ୍ସ ବ୍ୟବହାର କରୁନାହିଁ ।
ଅନ୍ୟଏକ ଚାଟ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ରିୟା ଗୌରବଙ୍କୁ ଏମ.ଡି ବିଷୟରେ ପଚାରୁଛନ୍ତି । ତୁମ ପାଖରେ ଏମଡି ଅଛି… ଏଠି ଏମଡିର ଅର୍ଥ ଡ୍ରଗ୍ସ ଏମଡିଏମଏ । ଯାହାକି ଡ୍ରଗ୍ସର ଏକ ଅତ୍ୟଧିକ କ୍ଷମତା ବୋଲି ଜଣାଯାଏ । ପରେ ପୁଣି ଏକ ଚାଟ ୨୫ ନଭେମ୍ବର ୨୦୧୯ ମଧ୍ୟ ହୋଇଥିଲା । ଚା କିମ୍ବା କଫିରେ ଚାରି ବୁନ୍ଦା ପକାଅ ଓ ସୁଶାନ୍ତଙ୍କୁ ପିଇବାକୁ ଦିଅ । ଆଉ ଏହା ସୁଶାନ୍ତଙ୍କ ଦେହରେ କିଭଳି କାମ କରୁଛି ତାହା ୩୦ ରୁ ୪୦ ମିନିଟ ଅପେକ୍ଷା କରି ଦେଖ ।