ସୁଶାନ୍ତଙ୍କୁ ଚା ଓ କଫିରେ ଦିଆଯାଉଥିଲା ଡ୍ରଗ୍ସ
ନୂଆଦିଲ୍ଲୀ:– ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ରହସ୍ୟ । ଲଗାତାର ୬ ଦିନ ହେବ ସିବିଆଇ ଖୋଜୁଛି ମୃତ୍ୟୁର ରହସ୍ୟ । ଘଟଣାରେ ପ୍ରତିଦିନ ସିବିଆଇକୁ ମିଳୁଛି ନୂଆନୂଆ ତଥ୍ୟ । ଏବେ ସୁଶାନ୍ତଙ୍କୁ ଡ୍ରଗ୍ସ ମାଧ୍ୟମରେ ହତ୍ୟା କରାଯାଇଥିବା କଥା ସାମ୍ନାକୁ ଆସୁଛି । ଏଥି ସହ ବଲିଉଡରେ ଡ୍ରଗ୍ସ ପଶିଥିବା ନେଇ ମଧ୍ୟ ଗତ ଦୁଇଦିନ ହେବ ଚର୍ଚ୍ଚା ହେଉଛି । ଯଦିଓ ଏପର୍ଯ୍ୟନ୍ତ ଏନେଇ କୌଣସି ସୁରାକ ସିବିଆଇ ହାତରେ ମିଳିନାହିଁ ତଥାପି ଏହା ଉପରୁ ପରଦା ହଟାଇବାକୁ ତଦନ୍ତ ଚଳାଇଛି ସିବିଆଇ । ଖୋଦ୍ ବିଜେପିର ବରିଷ୍ଠନେତା ଶୁଭ୍ରମଣ୍ୟମ ସ୍ବାମୀ ଏପରି ଅଭିଯୋଗ ଆଣିଛନ୍ତି । ଏପରିକି ବିଜେପି ନେତା ରାମକଦମ ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ।
ସୂଚନା ମୁତାବକ ରିୟା ଚକ୍ରବର୍ତ୍ତିଙ୍କ ଏକ ହ୍ବାଟସ୍ ଆପ ଚାଟକୁ ନେଇ ଏପରି ଚର୍ଚ୍ଚା ହେଉଛି । ଏହି ଚାଟ୍ରେ ରିୟା ଚକ୍ରବର୍ତ୍ତୀ ଅନେକ ଲୋକଙ୍କ ସହ କଥା ହୋଇଛନ୍ତି | କୁହାଯାଉଛି ଯେ ଏଗୁଡ଼ିକ ହେଉଛି ଚାଟ୍ ପୁନରୁଦ୍ଧାର, ଯାହା ରିୟା ପୂର୍ବରୁ ଡିଲିଟ୍ କରିଥିଲେ | ପ୍ରଥମ ଚାଟ୍ ରିୟା ଏବଂ ଗୌରବ ଆଚାର୍ୟ୍ୟଙ୍କ ମଧ୍ୟରେ ହୋଇଥିଲା । ତେବେ ସୂଚନାରୁ ମିଳିଛି ଯେ ଗୌରବ ହେଉଛନ୍ତି ସେହି ସମାନ ବ୍ୟକ୍ତି ଯିଏ ଡ୍ରଗ୍ସ ଲିଡର ଭାବରେ ପୂର୍ବରୁ ରିୟାଙ୍କ ସହ ସମ୍ପର୍କରେ ଥିଲେ । ଏହି ଚାର୍ଟରେ ଗୌରବ ଓ ରିୟାଙ୍କ ମଧ୍ୟରେ ସୁଶାନ୍ତଙ୍କୁ ଡ୍ରଗ୍ସ ଦେବାନେଇ ଆଲୋଚନା ହୋଇଥିଲା । ଏଥିରେ ଲେଖାଅଛି କି ଯଦି ଆମେ କଠିନ ଡ୍ରଗ୍ସ ଓୌଷଧ ବିଷୟରେ କଥା ହେବା ତେବେ ମୁଁ ଅଧିକ ଡ୍ରଗ୍ସ ବ୍ୟବହାର କରୁନାହିଁ ।
ଅନ୍ୟଏକ ଚାଟ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ରିୟା ଗୌରବଙ୍କୁ ଏମ.ଡି ବିଷୟରେ ପଚାରୁଛନ୍ତି । ତୁମ ପାଖରେ ଏମଡି ଅଛି… ଏଠି ଏମଡିର ଅର୍ଥ ଡ୍ରଗ୍ସ ଏମଡିଏମଏ । ଯାହାକି ଡ୍ରଗ୍ସର ଏକ ଅତ୍ୟଧିକ କ୍ଷମତା ବୋଲି ଜଣାଯାଏ । ପରେ ପୁଣି ଏକ ଚାଟ ୨୫ ନଭେମ୍ବର ୨୦୧୯ ମଧ୍ୟ ହୋଇଥିଲା । ଚା କିମ୍ବା କଫିରେ ଚାରି ବୁନ୍ଦା ପକାଅ ଓ ସୁଶାନ୍ତଙ୍କୁ ପିଇବାକୁ ଦିଅ । ଆଉ ଏହା ସୁଶାନ୍ତଙ୍କ ଦେହରେ କିଭଳି କାମ କରୁଛି ତାହା ୩୦ ରୁ ୪୦ ମିନିଟ ଅପେକ୍ଷା କରି ଦେଖ ।