ପ୍ରଥମରୁ ଦ୍ବାଦଶ କମିଲା ୩୦ ପ୍ରତିଶତ ସିଲାବସ୍
ଭୁବନେଶ୍ବର :-କରୋନା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସଂଶୋଧିତ ସିଲାବସ୍ SCERT, BSE ଓ CHSE ୱେବସାଇଟରେ ଏହା ଉପଲବ୍ଧ ହେବ । ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ସିଲାବସ୍ ସମ୍ପର୍କରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ୩ଟି ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା । ଏହି ତିନି କମିଟିର ରିପୋର୍ଟକୁ ଆଧାର କରି ଶିକ୍ଷା ବର୍ଷର ସିଲାବସ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସିଲାବସ୍ କମାଯାଇଛି । ସ୍କୁଲ ଖୋଲିବା ନେଇ କେନ୍ଦ୍ରର ଗାଇଡ୍ ଲାଇନ୍ ଆସିବା ପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପରିଳକ୍ଷିତ ହୋଇଛି । କାରଣ କରୋନା ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଛି । ଏସବୁ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମନ୍ତ୍ରୀ ସମୀର ଦାଶ।