୨୪ରେ ଆଉ ଏକ ଲଘୁଚାପ, ଓଡ଼ିଶାରେ ଛେଚିବ

ନୂଆଦିଲ୍ଲୀ: ଲଘୁଚାପ ଜନିତ ବର୍ଷାରେ ବେହାଲ ହେଲାଣି ଅଧା ଓଡ଼ିଶା । ଦୁଇଟି ଲଘୁଚାପ ପରେ ଏବେ ଆଉ ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ।  ପାଣିପାଗ ନେଇ ନୂଆଦିଲ୍ଲୀରୁ ଏନେଇ ବଡ଼ ଖବର ଆସିଛି । ୨୪ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଅନ୍ୟପଟେ ରାଜ୍ୟରେ ଜାରି ରହିଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ପ୍ରାୟ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।ସେହିଭଳି ଓଡ଼ିଶାରେ ୧୯ରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଫଳରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା କାରଣରୁ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ ।ଏହା ପୂରବରୁ ଗତ ଅଗଷ୍ଟ ୧୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ କିଛି ଦିନ ହେବ ବର୍ଷା ଜାରି ରହିଥିବା ଫଳରେ କେତକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା ।

Leave a Reply

Your email address will not be published. Required fields are marked *