ନୃଂସଶତାର ସବୁ ସୀମା ଟପିଗଲା,ଦୁଷ୍କର୍ମ ପରେ ଏସିଡ ପାକାଇ ନାବାଳିକାଙ୍କୁ ଜାଳି ଦେଇଥିବା ଅଭିଯୋଗ

ଭଦୋହି:  ତ୍ତରପ୍ରଦେଶର ଭଦୋହିରେ ଗୁଣ୍ଡାମାନେ ତାଙ୍କ ନୃଂସଶତାର ସବୁ ସୀମା ପାର କରି ଦେଇଛନ୍ତି । ହାଇଦ୍ରାବାଦ ପରେ ୟୁପିରେ ଆଉ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିଛି । କିନ୍ତୁ ଏଥର ଜଣେ ୧୭ ବର୍ଷର ନାବାଳିକାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି । ନାବାଳିକାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଏହା ପରେ ତା ଉପରେ ଏସିଡ୍ ପକାଇ ତାଙ୍କୁ ହତ୍ୟା କରାଯାଇଛି

ପୋଲିସର ସୂଚନାନୁସାରେ, ଭଦୋହି କୋତବାଲୀ ଅଞ୍ଚଳର ଜଣେ ୧୭ବର୍ଷର ନାବାଳିକା ୧୭ ଅଗଷ୍ଟରେ ଚାଷଜମିକୁ ଗୃହପଳିତ ପଶୁ ଚରାଇବାକୁ ଯାଇଥିଲା। ଏହାପରେ ସେ ଘରକୁ ଫେରି ନଥିଲା । ପରିବାର ସଦସ୍ୟ ଝିଅଟିକୁ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ସେମାନେ ତାକୁ ପାଇ ନଥିଲେ ।  ଏହା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗରେ ପୋଲିସ ଆଇପିସିର ଧାରା ୩୬୩ ଅନୁଯାୟୀ ଅପହରଣ ମାମଲା ରୁଜୁ କରି ନାବାଳିକାକୁ ଖୋଜୁଥିଲା।

ଏହି ମଧ୍ୟରେ ନଦୀ କୂଳରୁ ଝିଅର ମୃତଦେହ ମିଳିଛି । ଝିଅଟିର ମୃତଦେହ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯିଆଇଛି । ନାବାଳିକାଙ୍କ ସମ୍ପର୍କୀୟମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଦୁଷ୍କର୍ମ ପରେ ଏସିଡ୍ ପକାଇ ଝିଅଟିକୁ ପୋଡି ଦେଇଛନ୍ତି । ନାବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି। ମୃତକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଁ ନିକଟରେ ଥିବା ଏକ ଇଟାଭାଟିର ନାବାଳିକାକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି ।

Leave a Reply

Your email address will not be published. Required fields are marked *