ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା : ୧୦ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର:- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ୍ବେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇ  ୨୪ ଘଣ୍ଟା ମଧ୍ୟରେ  ଉତ୍ତର  ପଶ୍ଚିମ ଆଡକୁ ଗତି କରିବ ।  ରାଜ୍ୟରେ ଆହୁରି ୨୪ ଘଣ୍ଟା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ । ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୧୦ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୧ ୦ ଜିଲ୍ଲା ହେଉଛି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୋଳ । ସେହିଭଳି ୯ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ୯ଟି ଜିଲ୍ଲା ହେଉଛି କେନ୍ଦୁଝର, ଦେବଗଡ, ସମ୍ବଲପୁର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଆସନ୍ତା ୨୩  ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ବଳୟ ସୃଷ୍ଟହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷା ଫଳରେ ରାଜ୍ୟର ଅନେକ ତଳି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ ।   ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୨୧ ତାରିଖରୁ ରାଜ୍ୟରେ ବର୍ଷା କମିବା ନେଇ ଆକଳନ କରାଯାଇଥିବା ବେଳେ  ୨୩ ତାରିଖରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଥିବାରୁ ୨୩ ତାରିଖରୁ ପୁଣି ବର୍ଷା ବଢିବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟା ଭିତରେ ବାଲେଶ୍ବର ରାଜଘାଟରେ ସର୍ବ।ଧିକ ୧୫୦.୪ ମିମି, ଚନ୍ଦନପୁର ୧୪୩.୨ ମିମି ବର୍ଷା, ଜଳେଶ୍ବର ୧୧୫ ମିମି, ମାର୍ଶାଘାଇରେ ୧୧୪ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ମାଲାକାନଗିରି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକା ବର୍ଷା ହେଇଥିବା ବେଳେ ବାଲେଶ୍ବର, ଖୋର୍ଦ୍ଧା ଓ ନବରଙ୍ଗପୁର ଭଳି କିଛି ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି ।

Leave a Reply

Your email address will not be published. Required fields are marked *