ଅବସରପ୍ରାପ୍ତ କୋଟିପତି ରେଞ୍ଜର ଗିରଫ, ୪ କୋଟି ୩୭ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ

ଭୁବନେଶ୍ବର:- ବାଲୁଗାଁ ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କୁ ଗିରଫ କଲା ଭୁବନେଶ୍ବର ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ କରିଥିଲା ଭିଜିଲାନ୍ସ । ଅଭୟଙ୍କ ନିକଟରୁ ୪ କୋଟି ୩୭ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

ମଙ୍ଗଳବାର ବାଲୁଗାଁ ପୂର୍ବତନ ରେଞ୍ଜର ଅଭୟ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ ସମେତ ମୋଟ୍‌ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । କଟକ, ଭୁବନେଶ୍ବର ଓ କେନ୍ଦ୍ରାପଡାରେ ଚଢାଉ କରାଯାଇଥିଲା । କଟକ ହିନ୍ଦୋଳକୋଟି ଛକ ମହୁମାଛି ଗଳିସ୍ଥିତ ବାସଭବନରେ ମଧ୍ୟ ୫ ଜଣିଆ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲେ । ଚଢାଉ ସମୟରେ କଟକ ସ୍ଥିତ ଘରୁ ଏକ ବନ୍ଧୁକ ମିଳିଥିଲା ।

ପୂର୍ବରୁ ମଧ୍ୟ ୧୯୯୯ ମସିହାରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ଏହାପରେ ସମ୍ପତ୍ତି ବଢିବାରୁ ପୁଣି ଥରେ ଚଢାଉ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଥିଲେ । ସେପଟେ ଜାଣିଶୁଣି ଏପରି ରେଡ୍ କରାଯାଉଥିବା କହିଥିଲେ ଅଭୟ ଜେନା ।

Leave a Reply

Your email address will not be published. Required fields are marked *