ଭୁବନେଶ୍ଵରରୁ ଚିହ୍ନଟ ହେଲେ ୩୭୦ କରୋନା ଆକ୍ରାନ୍ତ, କଟକରେ ଆଜି ୧୬୨ ପଜିଟିଭ୍

ଭୁବନେଶ୍ଵର:- ଟ୍ଵିନ ସିଟିରେ କରୋନାର ପ୍ରାଦୁର୍ଭାବ ବଢିବାରେ ଲାଗିଛି। ନୂତନ ସଂକ୍ରମଣରେ ଭୁବନେଶ୍ଵର ଆଜି ସବୁ ରେକର୍ଡ କାଟିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୭୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ଵାରାଣ୍ଟାଇନ୍‌ରୁ ୨୦୪ ଏବଂ ସ୍ଥାନୀୟ ଆକ୍ରାନ୍ତ ୧୬୬ ଅଛନ୍ତି। ସେହି ପରି କଟକରେ ଆଜି ୧୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିମଏସି ଅନୁଯାୟୀ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରେ ୩୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬  ହଜାର ଟପି ୬୦୭୭ରେ ପହଞ୍ଚିଛି। ଏହି ସମୟରେ ରାଜଧାନୀରେ ଆଉ ୧୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାପରେ ରାଜଧାନୀରେ ମୋଟ୍ ଆରୋଗ୍ୟ ସଂଖ୍ୟା ୩୮୪୦କୁ ବୃଦ୍ଧି ଘଟିଛି। ଅଦ୍ୟାବଧି ୩୦ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ବର୍ତ୍ତମାନ ଆକ୍ଟିଭ କେସ୍ ସଂଖ୍ୟା ୨୨୦୧ ରହିଛି।ସେହି ପରି କଟକ ମହାନଗର ନିଗମ(ସିଏମସି) ଅନୁଯାୟୀ ଗତ ୨୪ ଘଣ୍ଟାରେ କଟକରେ ୧୬୨ ନୂତନ କେସ୍ ଚିହ୍ନଟ ହୋଇଛି। ଏଥିରୁ ସଂସ୍ଥାଗତ ସଙ୍ଗରୋଧ କେନ୍ଦ୍ରରୁ ୩୧ ଓ ହୋମ କ୍ଵାରେଣ୍ଟାଇନ୍‌ରୁ ୬୯  ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୬୨ ରହିଛି। ଗୋଟିଏ ଦିନରେ ଆଜି ରେକର୍ଡ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଆଜିର ୧୬୨ କେସ୍‌କୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୭୮କୁ ବଦ୍ଧି ଘଟିଛି। ଏଥିରୁ ୧୬୪୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୮ ରହିଛି।

Leave a Reply

Your email address will not be published. Required fields are marked *