ହୋମ୍‌ଗାର୍ଡଙ୍କ ଭତ୍ତା ବୃଦ୍ଧି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:- ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କାକୁ ବଢାଇଵା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗତ ଫେବୃଆରୀ୨ ତାରିଖରେ ହୋମଗାର୍ଡଙ୍କ ଭତ୍ତା ବଢାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଭତ୍ତାକୁ ୨୦୧୬ ମସିହା ଡିସେମ୍ବର ମାସରୁ ପିଛିଲା ଭାବେ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ଏହାକୁ ଲାଗୁ ନକରିବାରୁ ହୋମଗାର୍ଡ ଆସୋସିଏସନ ପକ୍ଷରୁ ଅଦାଲତ ଅବମାନନା ମାମଲା ଦାୟର ହୋଇଥିଲା। ସେପଟେ ସରକାର ମଧ୍ୟ ଅଦାଲତରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ମାମଲାର ବିଚାର କରି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସରକାରଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି। ଏହା ସହ ହୋମଗାର୍ଡ ମାନଙ୍କୁ ଦୈନିକ ୫୩୩ଟଙ୍କା ଭତ୍ତା ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ମସିହା ଜାନୁଆରୀ ରୁ ଏହି ଭତ୍ତା ପିଛିଲା ଭାବେ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ପ୍ରାୟ ୧୭ହଜାର ହୋମଗାର୍ଡ ଉପକୃତ ହେଵେ।

Leave a Reply

Your email address will not be published. Required fields are marked *