ଫିଲିପିନ୍ସରେ ଭୂମିକମ୍ପ, ଲକ୍ଷାଧିକ କ୍ଷତି

ନୂଆଦିଲ୍ଲୀ:-ମଙ୍ଗଳବାରକୁ ଫିଲିପିନ୍ସରେ ତୀବ୍ର ଭୂମିକମ୍ପ ଅନୁଭବ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ ଅନୁସାରେ ୬.୬ ରହିଥିଲା । ଭୂମିକମ୍ପ ସମୟରେ କେତେକ ଘର ଭଙ୍ଗାରୁଜା ହୋଇଥିବା ବେଳେ କିଛି ଲୋକ ଏହି ମଧ୍ୟରେ ଫସି ରହିଥିଲେ । ଏହି ଭୂମିକମ୍ପରୁ ବଂଚିବା ପାଇଁ ହଜାର ହଜାର ଲୋକ ଘର ବାହାରକୁ ମଧ୍ୟ ଚାଲି ଆସିଥିଲେ । ଭୂମିକମ୍ପର ଏପିସେଣ୍ଟର ସ୍ଥିତ କାତାଗନ ସହରରେ ସଡ଼କ ଏବଂ ପୁଲ ଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି । ସେଠାର ଜଣେ ଅଧିବାସୀଙ୍କ କହିବା ଅନୁସାରେ ସେ ତାଙ୍କ ବନ୍ଧୁଙ୍କ ଘରକୁ ଯିବା ସମୟରେ ମୋଟର ସାଇକେଲ ଖସିବାକୁ ଲାଗିଲା । ସଡ଼କ ଥରୁଥିଲା । ବ୍ୟକ୍ତି ଜଣକ ଭାବୁଥିଲେଯ ତାଙ୍କ ଗାଡ଼ି ପଙ୍କଚର ହୋଇ ଯାଇଛି । କିନ୍ତୁ ସେହି ସମୟରେ ହଠାତ୍ ଘର ବାହାରକୁ ଦୌଡ଼ି ଆସିବାକୁ ଲାଗିଲେ ସେଠାକାର ଲୋକ । ଏହାପରେ ବିଜୁଳି କଟିଗଲା ।

କାତାଇନଗନର ପ୍ରଶାସନର କହିବା ଅନୁସାରେ ଭୂମିକମ୍ପ କାରଣରୁ ଏକ ତିନି ମହଲା ଘର ଭାଙ୍ଗି ତଳକୁ ପଡ଼ିଯାଇଛି । ଦୁର୍ଭାଗ୍ୟବଶତଃ ଅବସରପ୍ରାପ୍ତ ପୋଲିସ ଅଫିସର ଓ ତାଙ୍କ ପରିବାର ସେହି ଭୂମିକମ୍ପରେ ଫସି ଯାଇଛନ୍ତି ଏବଂ ସେମାନଙ୍କୁ ବଞ୍ଚାଇବା ପାଇଁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଦୁର୍ଘଟଣା ଘଟିଥିବା ସେହି ଘରକୁ ପୁଣିଥରେ ନଯିବାକୁ ପ୍ରଶାସନ ଲୋକଙ୍କୁ ଅନୁରୋଧ କରିଛି ।

ଏହା ପ୍ରଥମ ଥର ନୁହେଁ । ଫିଲିପିନ୍ସରେ ପ୍ରତିବର୍ଷ ଭୂମିକମ୍ପ ହୋଇଥାଏ । ପ୍ରାୟ ୨୦ ଥର ଝଡ଼ ତୁଫାନ ଆସିଥାଏ । ୧୯୯୦ ସେଠାରେ ୭.୭ ତୀବ୍ରର ଭୂମିକମ୍ପ ଦେଖିବାକୁ ମିଳିଥିଲା । ଯେଉଁଥିରେ ପ୍ରାୟ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *