ପ୍ରିୟାକୁ ଚିଠି(ବିବୁଧ ମହାନ୍ତି,ସାମ୍ବାଦିକ)
ପ୍ରିତି ରଙ୍ଗ ଦେଇ ପ୍ରିୟା ଠିକଣାରେ ପ୍ରେମ ପତ୍ର କେବେ ଲେଖିଚ କି?
ସପନ ବଜାରୁ ପ୍ରିୟା ପାଇଁ କେବେ ପ୍ରେମର ସଉଦା କିଣିଛ କି?
ବିଜନ ବେଳାରେ ପ୍ରିୟା ଓଠେ କେବେ ପ୍ରୀତିର ଚୁମ୍ବନ ଆଙ୍କିଛ କି?
ଲଣ୍ଡା ପାହାଡର ଛାତିପରେ ଶୋଇ ସଞ୍ଜ ତାରା କେବେ ଗଣିଛ କି?
ପ୍ରୀତି ରଙ୍ଗେ ହୋଲି ଖେଳୁ ଖେଳୁ କେବେ ଧୋକା ରଙ୍ଗେ ମନ ଧୋଇଛ କି?
ତଥାପି କୁହ ତ’ ଆଖି ଛୁଇଁ ତୁମ, ପ୍ରୀତି ସ୍ମୃତି ଭୁଲି ପାରିଛ କି?
କବିତା -ବିବୁଧ ମହାନ୍ତି,(ସାମ୍ବାଦିକ)