ଖେଳ ରତ୍ନ ପାଇବେ ରୋହିତ ଶର୍ମାଙ୍କ ସହ ୪ ଖେଳାଳି

ନୂଆଦିଲ୍ଲୀ: କ୍ରୀଡ଼ା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇବେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା। ପୁରସ୍କାର ଚୟନ କମିଟି ଆଜି ରୋହିତଙ୍କ ନାଁ ଏଥିପାଇଁ ସୁପାରିସ କରିଛି। ରୋହିତଙ୍କ ବ୍ୟତୀତ ଆଉ ୩ ଜଣ ଆଥଲେଟଙ୍କ ନାଁ ମଧ୍ୟ ଏହି ପୁରସ୍କର ପାଇଁ ଭାରତ ସରକାରଙ୍କ ପାଖକୁ ପଠା ଯାଇଛି।

ଏହି ତାଲିକାରେ ଏସିଆନ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ରେସଲର ଭିନେଶ ଫୋଗଟ, ଟେବୁଲ ଟେନିସ ଚାମ୍ପିୟନ ମନିକା ବାତ୍ରା ଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ମରିପ୍ପାନ ଥାଙ୍ଗାଭେଲୁଙ୍କ ନାଁ ରହିଛି। ଚଳିତ ବର୍ଷ ଏକାଥରେ ୪ ଜଣଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ମିଳିବ।

ମଙ୍ଗଳବାର ନ୍ୟାଶନାଲ ସ୍ପୋର୍ଟସ ଆୱାର୍ଡ ସିଲେକ୍ସନ କମିଟିର ବୈଠକ ବସିଥିଲା। ଏହାପରେ ୪ ଜଣ ଆଥଲେଟଙ୍କ ନାଁକୁ ରାଜୀବ ଗାନ୍ଧି ଖେଳ ରତ୍ନ ପାଇଁ ସୁପାରିସ କରାଯାଇଛି। ୨୦୧୬ ପରେ ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ଏକସଙ୍ଗେ ୪ ଜଣଙ୍କ ନାଁ ସୁପାରିସ କରାଯାଇଛି।

ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ୪ର୍ଥ କ୍ରିକେଟର ପାଇଁ ଖେଳ ରତ୍ନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ୧୯୯୮ରେ ପ୍ରଥମ କ୍ରିକେଟର ଭାବେ ସଚିନ ତେନ୍ଦୁଲକରଙ୍କୁ ଖେଳ ରତ୍ନ ପୁରସ୍କାର ମିଳିଥିଲା।

Leave a Reply

Your email address will not be published. Required fields are marked *