ଏନଡିଆରଏଫକୁ ଟ୍ରାନ୍ସଫର କରିହେବ ନାହିଁ ପିଏମ କେୟାର ଫଣ୍ଡ

ଭୁବନେଶ୍ୱର:-ପିଏମ କେୟାର ଫଣ୍ଡ ଏନଡିଆରଏଫକୁ ଟ୍ରାନ୍ସଫର କରିହେବ ନାହିଁ  । ଏହାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ  । ଏନେଇ ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି  ।  ପିଏମ କେୟାର ଫଣ୍ଡ ତିଆରି କରି କେନ୍ଦ୍ର ସରକାର ଆଇନ ଉଲ୍ଲଂଘନ କରିଛନ୍ତି ।  ଆବେଦନକାରୀଙ୍କ କହିବା କଥା କେନ୍ଦ୍ର ସରକାରଙ୍କ ପାଖରେ ଏଭଳି କୌଣସି ଅଧିକାର ନାହିଁ ଯାହା ଦ୍ୱାରା ସ୍ୱତନ୍ତ୍ର ଭାବେ ଅର୍ଥ ସଂଗ୍ରହ କରିହେବ  ।  ଜରୁରୀକାଳୀନ ପରିସ୍ଥିତିରେ ଏନଡିଆରଏଫ ମାଧ୍ୟମରେ ଅର୍ଥ ସଂଗ୍ରହ କରିବା କଥା, କିନ୍ତୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇ ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ଆବେଦନକାରୀ କହିଛନ୍ତି  ।  ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପିଏମ କେୟାର ଫଣ୍ଡକୁ ଆସିଥିବା ଅର୍ଥ ଏନଡିଆରଏଫକୁ ଟ୍ରାନ୍ସଫର କରିବା ପାଇଁ ଦାବି କରାଯ଼ାଇଛି  । ଯ଼ାହାକୁ ସିଧାସଳଖ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟଳୟ । ଏଥିପାଇଁ ସ୍ୱତନ୍ତ୍ର ଆଇନର ମଧ୍ୟ ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି  ।

ଗତ 28 ମାର୍ଚ୍ଚରେ କେନ୍ଦ୍ର ସରକାର ପବ୍ଲିକ ଚାରିଟେବଲ ଟ୍ରଷ୍ଟ ଭାବେ ପିଏମ କେୟାର୍ସ  ଫଣ୍ଡ ଗଠନ କରିଥିଲେ  । ଏଥିରେ ମିଳୁଥିବା ଅର୍ଥକୁ କେନ୍ଦ୍ର ସରକାର କରୋନା ମୁକାବିଲା କରିବା ପାଇଁ ବ୍ୟବହାର କରିବେ ବୋଲି ଘୋଷଣା କରିଥିଲେ  । ଯ଼ାହାକୁ ନେଇ ପରେ ଅନେକ ବିବାଦ ଦେଖାଦେଇଥିଲା  । କଂଗ୍ରେସ ମଧ୍ୟ ଅନେକ ସମୟରେ ଏହାକୁ ଏକ ଦୁର୍ନୀତି କହି  ନିନ୍ଦା କରିଥିଲା  । ଏହି ଫଣ୍ଡ ଆରଟିଆଇ ଅଧୀନରେ ନାହିଁ ବୋଲି ମଧ୍ୟ ପିଏମଓ ତରଫରୁ ଅନେକ ଥର ସ୍ପଷ୍ଟ କରାଗଲାଣି । ଏକ ରିପୋର୍ଟ ଅନୁସାରେ ପିଏମ କେୟାର୍ସ  ଫଣ୍ଡ ମାଧ୍ୟମରେ 3 ହଜାର କୋଟିରୁ ଅଧିକ ଅର୍ଥ ଆଦାୟ ହୋଇଛି  ।

Leave a Reply

Your email address will not be published. Required fields are marked *