ପୁଣି ଧରାପଡିଲା ଧଳ ଜହରର କାରାବାରର ବଡ ରାକେଟ : ବାଲେଶ୍ୱରରୁ କିଙ୍ଗପିନ ଗିରଫ

ଭୁବନେଶ୍ୱର:-ପୁଣି ଧରାପଡିଲା ଧଳ ଜହରର କାରାବାରର ବଡ ରାକେଟ । ବାଲେଶ୍ୱରରୁ ବ୍ରାଉନସୁଗାରର କିଙ୍ଗପିନ୍ ଗିରଫ । ଧଳାଜହରର କିଙ୍ଗପିନ ସେକ ରିୟାଜୁଦ୍ଦିନକୁ ଗିରଫ କରିଛି ଏସଟିଏଫ । ୧ କିଲୋ ୩୨୫ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ବସଷ୍ଟାଣ୍ଡ ଅଂଚଳର ଯୁବକକୁ ପୋଲିସ କାବୁ କରି ଟାଉନ ଥାନାରେ ହାଜର କରିବା ପରେ ସାଙ୍ଗରେ ଏସଟିଏଫ ଭୁବନେଶ୍ୱର ନେଇଆସିିଛି । ବାଲେଶ୍ୱରରେ ଦୀର୍ଘଦିନ ହେଲା ଏହିଭଳି ଧଳା ଜହର କାରବାର ଚାଲିଛି । ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆଣିଲେ, କାହାକୁ ବିକ୍ରି କରିଥାନ୍ତେ, ଏହା ପଛରେ ଆଉ କିଏ କିଏ ସାମିଲ ଅଛନ୍ତି,ସେ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଂଚ ଏସଟିଏଫ ।

Leave a Reply

Your email address will not be published. Required fields are marked *