କରୋନା ବଦଳାଇ ଦେଲା ଜୀବିକା,କୋରିଓଗ୍ରାଫରରୁ ଟିଷ୍ଟଲ

ଗଞ୍ଜାମ:  କରୋନା ଆଣିଲା ଜୀବନରେ ମୋଡ । ଛଡାଇନେଲା ଜୀବିକା । ହେଲେ ହାର ନମାନି ସେ ସୃଷ୍ଟି କରିପାରିଛନ୍ତି ନିଜର ନୂଆ ପରିଚୟ  । ଷ୍ଟେଜ୍ ହେଉ ଅବା ରାସ୍ତାକଡ , ଦେଖାଇଛନ୍ତି ନିଜର ଦକ୍ଷତା  । ଆଉ ଯୁବପିଢିଙ୍କ ପାଇଁ ସୃଷ୍ଟି କରିପାରିଛନ୍ତି ଉଦାହରଣ  ।କରୋନା ବଦଳାଇଦେଲା ଜୀବନ ଜୀବିକା । ବଦଳାଇ ଦେଇଛି ପରିଚୟ , ବନାଇଦେଇଛି ପ୍ରସିନ୍ଧ କୋରିଓଗ୍ରାଫରରୁ ରାସ୍ତା କଡର ଚା ବାଲା  ।  ଏ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ନୂଆଗାଁ ବୁରୁଝୁରି ଗାଁର ଗୁରୁ ସାଓଲିନ୍‌  । ଛୋଟ ବୟସରୁ ନୃତ୍ୟ ପ୍ରତି ରୁଚି ରଖିଥିବା ଏହି ବ୍ୟକ୍ତି ଜଣକ ବଲିଉଡ ଓ ଓଲିଉଡରେ ଦିନେ ବେସ୍ ନା କରିପାରିଥିଲେ  ।  ‘ୟେ କୈସା ରିସ୍ତା’ ଓ ‘କୋମାଣ୍ଡୋ-୨’ ଭଳି ବଲିଉଡ୍ ଫିଲ୍ମରେ କୋରିଓଗ୍ରାଫି ମଧ୍ୟ କରିଛନ୍ତି  ସେ  ।  ଓଲିଉଡରେ ପ୍ରକୃତି ମିଶ୍ରଙ୍କ ଭଳି ବହୁ ସିନେତାରକାଙ୍କୁ ନୃତ୍ୟ ଶଖାଇଛନ୍ତି ସାଓଲିନ୍  । ହେଲେ ମାୟାନଗରିରୁ ଭିଟାମାଟିକୁ ଫେରିବାକୁ ବାଧ୍ୟ କଲା  କରୋନା କଟକଣା ।ଗାଁରେ ପେଟପୋଷିବା ପାଇଁ ସେ ଆଜି ପାଲଟି ଯାଇଛନ୍ତି ମାଟି ହାଣ୍ଡି ଚା ବାଲା  । ମାଟି ହାଣ୍ଡି ଚା ବିକ୍ରୀ କରି ସାଓଲିନ୍ ନିଜର ସଫଳତାକୁ ପ୍ରତିପାଦିତ କରିଛନ୍ତି  । ନିଜର ସ୍ବାଦିଷ୍ଟ ଚା ମାଧ୍ୟମରେ ଜିତିପାରିଛନ୍ତି ଗ୍ରାହକଙ୍କ ମନ  । ୧୦ ଟଙ୍କାରୁ ଆରମ୍ଭ କାରି ୭୦ ଟଙ୍କା ପର୍ଯ୍ୟନ୍ତ ସ୍ୱାଦିଷ୍ଟ ଚା ପିଇବା ପାଇଁ ଆଝଇ ରାଗପୁର ଆଦର୍ଶ ବିଦ୍ୟାଳୟ ଛକରେ ଲୋକଙ୍କ ଲାଇନ୍ ଲାଗୁଛି  ।

Leave a Reply

Your email address will not be published. Required fields are marked *