ଲଗାଣ ବର୍ଷା ଯୋଗୁଁ ଆଠଗଡରେ କୁତ୍ରିମ ବନ୍ୟା

ଆଠଗଡ:- ଲଗାଣ ବର୍ଷା ଯୋଗୁଁ ଆଠଗଡ ଅଂଚଳରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଫଳରେ କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରରେ ରାସ୍ତା ଉପରେ ୩ ଫୁଟର ଅଧିକ ପାଣି ଲହଡି ମାରୁଛି । ଏହି ରାସ୍ତାଟି କଟକର ମଧୁସୂଦନ ସେତୁ, ବାବା ଧବଳେଶ୍ୱର ମନ୍ଦିରର ମୁଖ୍ୟ ରାସ୍ତା ଓ ଆଠଗଡ ଅନୁଗୁଳକୁ ସଂଯୋଗ କରୁଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ଷା ଯୋଗୁଁ ଏକର ଏକର ଜମି ପାଣିରେ ବୁଡି ରହିଛି । ଫଳରେ ପନିପରିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଫୁଲୁଛି ବ୍ରାହ୍ମଣୀ । ଲଗାଣ ବର୍ଷା ଯୋଗୁଁ ବେହାଲ ଢ଼େଙ୍କାନାଳର ଭୁବନ ବ୍ଲକ । ବର୍ଷା ସାମନ୍ୟ କମିଛି ହେଲେ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଧିରେ ଧିରେ କୂଳ ଲଂଘୁଛି ବ୍ରାହ୍ମଣୀ ନଦୀ । ଜଳସ୍ତର ବଢ଼ିବା ପରେ ଭୁବନ ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଭୁବନ ବ୍ଲକର ଜୟପୁର ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ବନ୍ୟାକୁ ନେଇ ଚିନ୍ତାରେ ଅଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *