ଇଡିର ଅଭିଯୋଗକୁ ଖଣ୍ଡନ କଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ, ଇନଷ୍ଟାଗ୍ରାମରେ ସେୟାର କଲେ ବ୍ୟାଙ୍କ୍ ଷ୍ଟେଟମେଣ୍ଟ
ମୁମ୍ବାଇ:– ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ପୁରିଗଲାଣି । ସେ ଜୁନ୍ ୧୪ ତାରିଖରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଏବେବି ଜରି ରହିଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ସିବିଆଇ କରୁଛି । ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁଶାନ୍ତ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗରେ ଲଗାତର ପଚରାଉଚରା କରୁଛି ।ନିକଟରେ ଖବର ଆସିଥିଲା ଯେ ସୁଶାନ୍ତ ସିଂ ରାଜପୁତ ଅଙ୍କିତା ଲୋଖଣ୍ଡେଙ୍କ ଘରର ଇଏମଆଇ ଦେଉଥିଲେ । ଏହି ଖବର ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବର୍ତ୍ତମାନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିଜ ଉପରେ ହୋଇଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ନିକଟରେ ଅଭିନେତ୍ରୀ ତାଙ୍କ ବ୍ୟାଙ୍କର ଷ୍ଟେଟମେଣ୍ଟକୁ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଏହାକୁ ସେୟାର କରି ଅଭିନେତ୍ରୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ବୀକାର କରି କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ଆଉ କିଛି କହିବାର ଆବଶ୍ୟକତା ନାହିଁ ।ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ତାଙ୍କ ଫ୍ଲାଟ ରେଜିଷ୍ଟ୍ରି ପେପର ସେୟାର କରି ଲେଖିଛନ୍ତି, ‘ମୁଁ ଏଠାରେ ସମସ୍ତ କଳ୍ପନାଜଳ୍ପନକୁ ବନ୍ଦ କରୁଛି ଏବଂ ମୁଁ ଏହାଠାରୁ ଅଧିକ ସ୍ବଚ୍ଛ ହୋଇପାରିବି ନାହିଁ। ମୋ ଫ୍ଲାଟର ରେଜିଷ୍ଟ୍ରି ଏବଂ ଏହାସହ ବ୍ୟାଙ୍କ ଷ୍ଟେଟମେଣ୍ଟ, ଯେଉଁଥିରେ ଦେଖିପାରିବେ ଯେ ମୋ ଫ୍ଲାଟର ଇଏମଆଇ ଜାନୁୟାରୀ ୧, ୨୦୧୯ରୁ ମାର୍ଚ୍ଚ ୧, ୨୦୨୦ ପର୍ଯ୍ୟନ୍ତ ମୋ ଆକାଉଣ୍ଟରୁ କଟାଯାଇଛି । ଏହା ବ୍ୟତୀତ ମୋର କିଛି କହିବାର ନାହିଁ।’ ଅଙ୍କିତା ରେଜିଷ୍ଟ୍ରି ସହିତ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ମଧ୍ୟ କମେଣ୍ଟ ଦେଇଛନ୍ତି।ଅଙ୍କିତା ଲୋଖଣ୍ଡେଙ୍କ ଏହି ପୋଷ୍ଟ ଉପରେ କମେଣ୍ଟ ଦେଇ ଶ୍ବେତା ସିଂ କିର୍ତ୍ତୀ କହିଛନ୍ତି ଯେ ଆପଣ ଜଣେ ସ୍ବାଧୀନ ମହିଳା ଏବଂ ମୁଁ ଆପଣଙ୍କ ପାଇଁ ଗର୍ବିତ। ଫ୍ୟାନ୍ସ ଅଙ୍କିତାଙ୍କ ଏହି ପୋଷ୍ଟରେ ବହୁତ କମେଣ୍ଟ କରୁଛନ୍ତି ଏବଂ ସେମାନଙ୍କର ମତାମତ ଦେଉଛନ୍ତି ।