୩୦ଟି ଜିଲ୍ଲାରୁ ୨୯୨୪ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଲା

ଭୁବନେଶ୍ୱର:- ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। । ଏବେ ପୂରା ଓଡ଼ିଶାକୁ ଏମିତି ଭୟ ଘାରିଛି । ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୨୯୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୧୦୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାର ୦୫୦ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆଜି ଓଡ଼ିଶାର ୩୦ଟି ଜିଲ୍ଲାରୁ ସର୍ବାଧିକ ୨୯୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୪୮୮ ଜଣ, ଗଞ୍ଜାମରୁ ୩୧୮ ଜଣ, ଯାଜପୁରରୁ ୨୦୦ ଜଣ, କଟକରୁ ୧୮୯ ଜଣ, ସୁନ୍ଦରଗଡ଼ରୁ ୧୬୧ ଜଣ, ପୁରୀରୁ ୧୪୪ ଜଣ, ନୟାଗଡ଼ରୁ ୧୪୨ ଜଣ, ମୟୂରଭଞ୍ଜରୁ ୧୩୬ ଜଣ, ବାଲେଶ୍ବରରୁ ୧୨୭ ଜଣ, ରାୟଗଡ଼ାରୁ ୧୧୬ ଜଣ, ଭଦ୍ରକରୁ ୧୦୭ ଜଣ, କୋରାପୁଟରୁ ୯୫ ଜଣ, ମାଲକାନଗିରିରୁ ୯୩ ଜଣ, ଗଜପତିରୁ ୭୧ ଜଣ, କେନ୍ଦ୍ରାପଡ଼ାରୁ ୬୦ ଜଣ, କନ୍ଧମାଳରୁ ୫୦ ଜଣ, ବରଗଡ଼ରୁ ୪୮ ଜଣ, ଢ଼େଙ୍କାନାଳରୁ ୪୦ ଜଣ, ସୋନପୁରରୁ ୩୮ ଜଣ, ସମ୍ବଲପୁରରୁ ୩୭ଜଣ, ଅନୁଗୁଳରୁ ୩୭ ଜଣ, ବଲାଙ୍ଗୀରରୁ ୨୭ ଜଣ, କେନ୍ଦୁଝର ଓ ନବରଙ୍ଗପୁରରୁ ୨୬ ଜଣ ଲେଖାଏଁ, ନୂଆପଡ଼ାରୁ ୨୦ ଜଣ, ଦେବଗଡ଼ରୁ ୧୬ ଜଣ, ବୌଦ୍ଧରୁ ୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍୬୦,୦୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୮,୯୨୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୦ ହଜାର ୭୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୯୦ହଜାର ୮୫୦୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave a Reply

Your email address will not be published. Required fields are marked *