ମାଛ ଧରିବା ବେଳେ ଜାଲରେ ଫସିଲା ୯ ଫୁଟିଆ ଅଜଗର
ଖଲ୍ଲିକୋଟ:- ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର ସାପ । ଗଞ୍ଜାମ ଜିଲ୍ଲା ଛତ୍ରପୁର ତମ୍ପରା ହ୍ରଦରେ ସକାଳୁ ସକାଳୁ ତରେଇ ପାଟପୁର ଗ୍ରାମର କନ୍ଧ ବେହେରା ମାଛ ଧରିବା ପାଇଁ ଡଙ୍ଗା ନେଇ ଯାଇଥିଲେ। ସେ ମାଛ ଧରିବା ସମୟରେ ତାଙ୍କ ଜାଲରେ ଏକ ଅଜଗର ସାପ ଧରା ପଡିଥିଲା ।ସେହି ସାପକୁ ଧରି ସେ କୂଳକୁ ଆଣିଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ଏହା ଅଜଗର ସାପ ବୋଲି ଚିହ୍ନଟ କରିଥିଲେ । ଏହାସହ ତାର ଲମ୍ବ ୯ ଫୁଟ ବୋଲି ଜଣାପଡିଥିଲା । ପରେ ଉକ୍ତ ସାପକୁ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସାପଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା ।