ବାଣ ତିଆରି ବେଳେ ବିସ୍ଫୋରଣ, ଉଡିଗଲା ଘରର ଛାତ

ଖୋର୍ଦ୍ଧା:–ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଣ୍ଟାବାଡ ଗାଁରେ ବସ୍ଫୋରଣ ହୋଇଛି । ଗାଁର ପ୍ରସନ୍ନ ମହାପାତ୍ରଙ୍କ ଘରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣର ମାତ୍ରା ଏତେ ଶକ୍ତିଶାଳୀ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ଉଡିଯିବା ସହ ପାଇଖାନା ଘର ମଧ୍ୟ ଭାଙ୍ଗି ଯାଇଛି । ସ୍ଥାନୀୟ ଅଞ୍ଚଳରେ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ବାଣ ବିସ୍ପୋରଣର ଶଦ୍ଦ ଅନୁଭୂତ ହୋଇଥିଲା ।ପ୍ରସନ୍ନ ଦୀର୍ଘ ବର୍ଷ ଧରି  ବେଆଇନ ଭାବେ ବାଣ ତିଆରି ଚଳାଉଥିଲେ । ଆଗକୁ ପୂଜା ଆସୁଥିବାରୁ ବାଣ ଗୁଡିକ ଏକ ଘରେ ଗଛିତ ରଖିଥିଲେ ଏବଂ କୌଣସି କାରଣରୁ ଏହି ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ କାହାର କିଛି କ୍ଷତିଗ୍ରସ୍ତ ହୋଇନଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *