ମନ୍ଦିର ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦେଢଶୂର ଶାବଳରେ ହାଣି ହତ୍ୟା କରିଥିବା ଅଭିଯୋଗ

ସାନଖେମୁଣ୍ଡି:- ଆସିକା ବ୍ଲକ୍ ହରଡାପଦର ଗାଁ ଶିବ ମନ୍ଦିର ପରିସରରୁ ମିଳିଲା ମୃତଦେହ । ମହିଳାଙ୍କ ଦେଢଶୂର ଶାବଳରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ହରଡାପଦର ଗ୍ରାମ ଶିବ ମନ୍ଦିର ପରିସରରେ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳା ଜଣଙ୍କ ହେଲେ ରଞ୍ଜିତା ନାୟକ । ତାଙ୍କ ବୟସ ୪୨ ବର୍ଷ । ମହିଳାଙ୍କ ଘର ସେହି ଗ୍ରାମର ହରିଜନ ସାହିରେ ବୋଲି ଜଣାପଡିଛି ।ସକାଳୁ ମହିଳା ଜଣଙ୍କ ମନ୍ଦିରକୁ ଯାଇଥିଲେ । ସେଠି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ତାଙ୍କ ଦେଢଶୁର ମହିଳାଙ୍କ ମୁଣ୍ଡକୁ ଏକ ଶାବଳରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କର ଘଟଣାସ୍ଥଳରେ ମୁତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *