ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିର ଡ୍ରାଇଭର ସାଜିଲେ 5ଟି ସଚିବ, ଜାଣିଲେ ଆପଣ ହୋଇଯିବେ ଆଚାର୍ଯ୍ୟ.

ଭୁବନେଶ୍ୱର: ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରର ଡ୍ରାଇଭର ସାଜିଲେ ବ୍ୟକ୍ତିଗତ ସଚିବ ତଥା ରାଜ୍ୟର 5T ସଚିବ ଭି.କେ.ପଣ୍ଡିଆନ । ୭୪ ତମ ସ୍ୱାଧୀନତା ଦିବସ ଅବସରରେ  ନବୀନ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ପରେଡ଼ ସ୍ଥଳକୁ ଯେଉଁ କାରରେ ପହଞ୍ଚିଥିଲେ ସେହି କାରର ଡ୍ରାଇଭର ସିଟରେ ଦେଖିବାକୁ ମିଳିଥିଲା ପାଣ୍ଡିଆନଙ୍କୁ ।

ନବୀନ ନିବାସରୁ ନିଜେ କାର୍‌ ଚଳାଇ ମୁଖ୍ୟ ମନ୍ତ୍ରୀଙ୍କୁ ପରେଡ଼ ସ୍ଥଳ ଯାଏ ଆଣିଥିଲେ ପାଣ୍ଡିଆନ୍‌ । ମୁଖ୍ୟ ମନ୍ତ୍ରୀ ସବୁଦିନ ଭଳି ଆଗ ସିଟରେ ବସିଥିବା ବେଳେ ଡ୍ରାଇଭର ସିଟରେ ବସିଥିଲେ ଏହି ବରିଷ୍ଠ IAS ଅଧିକାରୀ । ଏହି ଦୁଇ ଜଣଙ୍କ ବ୍ୟତୀତ ମୁଖ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବି ସେ ଗାଡ଼ିରେ ନ ଥିଲେ । କିନ୍ତୁ ପୂର୍ବ ପରି ଏହି ଗାଡି ପଛରେ ଆସିଥିଲା ମୁଖ୍ୟ ମନ୍ତ୍ରୀଙ୍କ କାରକେଡ ।

ସକାଳ ୯ଟା ବେଳେ ପ୍ରଦର୍ଶନୀ ପଡ଼ିଆରେ କାର୍ଯ୍ୟକ୍ରମ ଥିବା ବେଳେ ଠିକ୍‌ ୮ଟା ୫୮ରେ ପହଞ୍ଚିଥିଲା ମୁଖ୍ୟ ମନ୍ତ୍ରୀଙ୍କ ଗାଡ଼ି । କିନ୍ତୁ ପ୍ରଥମେ ଡ୍ରାଇଭର ସିଟରୁ ଓହ୍ଲାଇଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ। ଏହା ଦେଖି ହତବାକ୍‌ ହୋଇଯାଇଥିଲେ ଉପସ୍ଥିତ ଅତିଥିମାନେ । କାର୍ଯ୍ୟକ୍ରମ ସରିବା ପରେ ପୁନର୍ବାର ମୁଖ୍ୟ ମନ୍ତ୍ରୀଙ୍କୁ ଗାଡ଼ିରେ ବସାଇ ନବୀନ ନିବାସରେ ନେଇ ଛାଡ଼ିଥିଲେ ପାଣ୍ଡିଆନ ।ଫେରିବା ସମୟରେ ମୁଖ୍ୟ ମନ୍ତ୍ରୀ ପ୍ରଥମେ ଗାଡ଼ିରେ ବସିବା ପରେ ଡ୍ରାଇଭର ସିଟରେ ବସିଥିଲେ ପାଣ୍ଡିଆନ। ପ୍ରଥମ ଥର ପାଇଁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଆଜିର ଏହି ଘଟଣାକୁ ନେଇ ରାଜ୍ୟର ପାୱାର କରିଡ଼ରରେ ଚର୍ଚ୍ଚା ଆରମ୍ଭ ହୋଇଛି ।କୋଭିଡ ଯୋଗୁଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରକୁ ଆସୁ ନ ଥିବା ବେଳେ ଭିଡିଓ କନ୍ଫରେନ୍ସିଂରେ ସବୁ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ମନ୍ତ୍ରୀ ପରିଷଦ ବୈଠକ ହେଉ ବା ନିକଟ ଅତୀତରେ ଆୟୋଜିତ କୋଭିଡ ସମୀକ୍ଷା ବୈଠକ ହେଉ, ମୁଖ୍ୟ ମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂରେ ହିଁ ସେ ସବୁରେ ଭାଗ ନେଇଛନ୍ତି । ନବୀନ ନିବାସରୁ ହେଉଥିବା ଭିଡ଼ିଓ କନ୍ଫରେନ୍ସିଂରେ ମୁଖ୍ୟ ମନ୍ତ୍ରୀଙ୍କ ପାଖରେ କେବଳ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଥାଏ । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *