ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍, ଏହି ମାରାତ୍ମକ ଅସ୍ତ୍ର କଣ ପଢନ୍ତୁ

ନୂଆ ଦିଲ୍ଲୀ: ଦେଶ ଆଜି ୭୪ତମ ସ୍ୱାଧୀନତା ଦିବସ (Independence Day 2020) ପାଳନ କରୁଛି । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଐତିହାସିକ ଲାଲ କିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଥିଲେ। ଏହି ପରି କାର୍ଯ୍ୟକ୍ରମ ସମୟରେ ପ୍ରତ୍ୟେକ ବର୍ଷ ଶୀର୍ଷ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ଦେଖାଯାଇଥାଏ । ଏଥର ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଲାଲ କିଲ୍ଲାରେ ଏକ ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ସିଷ୍ଟମ (Anti-Drone System) ନିୟୋଜିତ କରାଯାଇଥିଲା । ଏହା ଏକ ଏମିତି ଡ୍ରୋନ୍ ଯାହା ଅଢ଼େଇ କିଲୋମିଟର ପର୍ଯ୍ୟନ୍ତ ଗୁଳି ଚଳାଇପାରେ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ଏହି ଅତି ସ୍ୱତନ୍ତ୍ର ଡ୍ରୋନ୍ ତିଆରି କରାଯାଇଛି ।

କ’ଣ ଏହାର ବିଶେଷତ୍ୱ?

>> ଏହା ଛୋଟ ଛୋଟ ଡ୍ରୋନକୁ ତିନି କିଲୋମିଟର ବ୍ୟାସାର୍ଦ୍ଧ ଭିତରକୁ ଆସିବାରୁ ରୋକେ ।

> ଜାମିଂ ଦ୍ୱାରା କିମ୍ବା ଲେଜର ଆଧାରିତ ଶକ୍ତି ଅସ୍ତ୍ର ଦ୍ୱାରା ଏହା ଅନ୍ୟ ଡ୍ରୋନର ଇଲେକ୍ଟ୍ରୋନିକ୍ସ ସିଗନାଲକୁ ଆସିବାରୁ ରୋକେ ।

> ଲେଜର ଅସ୍ତ୍ରଶସ୍ତ୍ରର ୱାଟେଜ୍ ଆଧାରରେ ଏହା ତିନି କିଲୋମିଟର ପର୍ଯ୍ୟନ୍ତ ମାଇକ୍ରୋ ଡ୍ରୋନ୍ ଚିହ୍ନଟ କରିପାରେ ।>> ଏହି ଆଣ୍ଟି-ଡ୍ରୋନ ସିଷ୍ଟମ ଏକରୁ ଅଢ଼େଇ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଲେଜର ସାହାଯ୍ୟରେ ଗୁଳି ଚଳାଇପାରେ ।

ପ୍ରଧାନ ମନ୍ତ୍ରୀଙ୍କ ସମ୍ବୋଧନ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ଉଦ୍ଦେଶ୍ୟରେ ନିଜ ସମ୍ବୋଧନରେ ଦେଶକୁ ‘ଆତ୍ମନିର୍ଭରଶୀଳ’ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ପାଇଁ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିବା ଉପରେ ସେ ଅନେକ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *